-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
28-May-2023
ବଲାଙ୍ଗିର (ପ୍ରେରଣା ଖବର ): ଅଜଣା ବାଇକ୍ ଧକ୍କାରେ ୪ ବର୍ଷର ବାଳିକା ଗୁରୁତର ହୋଇ ହସ୍ପିଟାଲ ରେ ଭର୍ତ୍ତି l ଆଜି ଏପରି କିଛି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଯୋଗୀମୁଣ୍ଡା ଗାଁ ରେ l ସୂଚନାରୁ ପ୍ରକାଶ ଯେ ,ଆଜି ସକଲେ ଅଙ୍କିତା ମାଝୀ ନାମକ ଜଣେ ୪ବର୍ଷର ଝିଅ ନିଜର ଦୁଇ ତିନି ଜଣ ସାଙ୍ଗଙ୍କ ସହ ପାଖ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ବେଳେ ରାସ୍ତାରେ ଯାଉଥିବା ଏକ ଅଜଣା ଗାଡି ଧକ୍କାରେ ଅଙ୍କିତା ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି l ଗୁରୁତର ଅବସ୍ଥାରେ ଅଙ୍କିତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଛି l