-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ )
ସମ୍ବଲପୁର ସହରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସସ୍ ନେଟୱାର୍କ (ସ୍କାନ) ପକ୍ଷରୁ ସ୍ଥାନୀୟ ବୁଢାରାଜା ଏସବିଆଇ ଶାଖା ସମ୍ଭୁଖ ବରଗଛ ମୂଳେ ବିଶ୍ୱ ପ୍ରସିଦ୍ଧ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ଶ୍ରଦ୍ଧାଳୁ, ଦର୍ଶନାର୍ଥୀ ଓ ଭକ୍ତ ମାନଙ୍କୁ ଥଣ୍ଡା ପାନୀୟ ଜଳ ବଣ୍ଟନ ସେବା କାର୍ଯ୍ୟକ୍ରମ କରାଯାଇଥିଲା I "ସ୍କାନ"ର ଅଧକ୍ଷ ସୁଧାଂଶୁ ଶେଖର ମହାରଣା, ସମ୍ପାଦକ କୁଳ ଶେଖର ବାରିକ, ସଂଯୋଜକ ସରୋଜ ସାହୁ, ସୁଶାନ୍ତ ମହାପାତ୍ର, ସୂର୍ଯ୍ୟ ପଣ୍ଡା, ସୁବ୍ରତ ପାଢ଼ୀ , ପ୍ରଦୀପ ଓଝା, କୁଲଦୀପ ବାଦି, କିଶୋର ମୁଣ୍ଡା, ଅମ୍ବୁଜ ନାୟକ, ଲଷ୍ମୀ ନାରାୟଣ ପ୍ରଧାନ, ବିକାଶ ରଞ୍ଜନ ପତି, ହରିହର ପାଣି ପ୍ରମୁଖ ସ୍ବେଛାସେବୀ ମାନେ ସରବତ ଏବଂ ଥଣ୍ଡା ପାନୀୟ ଜଳ ବଣ୍ଟନ ସେବା କରିଥିଲେ I ଏହି ସେବା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ତଥା ପୂର୍ବତନ ବିଧାୟିକା ଡ଼ଃ ରାସେଶ୍ୱରୀ ପାଣିଗ୍ରାହୀ ଯୋଗଦାନ କରିଥିଲେ I