-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ )
ଧମା ଥାନା ଅନ୍ତର୍ଗତ ପୁଟିଆପାଲି ଠାରେ ଏକ ଧାନ ଖେତକୁ ଆଜି ଦିନ ୧ ଟା ସମୟରେ ଧାନ କାଟିବା ପାଇଁ ଯାଇଥିବା ଏକ ହାର୍ଭେଷ୍ଟର ଗାଡ଼ି ସର୍ଟସର୍କିଟ ଯୋଗୁ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା l ଗାଡ଼ି ଜଲିଯାଉଥିବା ଦେଖି ହାର୍ଭେଷ୍ଟର ଗାଡ଼ି ଡ୍ରାଇଭର ପ୍ରାଣବିକଲରେ ଗାଡ଼ିରୁ ଡେଇ ପଡ଼ିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତେବେ ଜଳିଯାଇଥିବା ଉକ୍ତ ହାର୍ଭେଷ୍ଟର ଗାଡ଼ିଟି ପୁଟିଆପାଲି ଗ୍ରାମର ଶ୍ରୀମତୀ ବବିତା ଅଗ୍ରବାଲଙ୍କର ବୋଲି ସୂଚନା ମିଳିଛି l ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲେ l