-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ରେଢ଼ାଖୋଲ (ଅନିଲ ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଅନ୍ତର୍ଗତ କଉଡିଆପାଲିର ଗାଁ ମୁଣ୍ଡରେ ଥିବା ଏକ ଖୋଲା ପରିତ୍ୟକ୍ତ କୂଅରୁ ଶନିବାର ସକାଳୁ ଏକ ମାଈ ହାତୀକୁ ଉଦ୍ଧାର କରିଛି ବନବିଭାଗ। ସୂଚନା ଯୋଗ୍ୟ ଯେ ଗତ କାଲି ରାତିରେ ପାଖ ଜଂଗଲରୁ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଆସିଥିଲେ ସେଥିରୁ ଗୋଟିଏ ୧୫ ବର୍ଷିୟ ମାଈ ହାତୀ କଉଡିଆପାଲି ଗାଁ ମୁଣ୍ଡରେ ଥିବା ଏକ ଖୋଲା
ପରିତ୍ୟକ୍ତ କୂଅରେ ପଡ଼ିଯାଇଥିଲା । କୂଅରେ ପଡ଼ି ହାତୀଟି ଆଉ ବାହାରକୁ ବାହାରୀ ପାରିନଥିଲା । ଫଳରେ ସେ ରଡି ଛାଡିବାରୁ ଗ୍ରାମବାସୀ ଆସି ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଏକ ଜେସିବି ସାହାଯ୍ୟରେ କୂଅକୁ ଖୋଲି ହାତୀକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଏଥିରେ ଏସିଏଫ ଦେବୀପ୍ରସାଦ ରାଉତ, ରେଞ୍ଜ ଅଧିକାରୀ ପ୍ରଦୀପ ସେଠୀ, ଫରେଷ୍ଟର ଶ୍ରୀବସ୍ କିଷାନଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।