-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
27-May-2023
କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା ): ଗୁରୁ ତତ୍ତ୍ଵଦର୍ଶୀ ସନ୍ଥ ରାମପାଲଜୀ ମହାରାଜଙ୍କ ତତ୍ତ୍ବାବଧାନରେ କଳାହାଣ୍ଡି ଜିଲ୍ଲାର ସଦରମହକୁମା ଭବାନୀପାଟଣାରେ ୬୨୬ତମ କବୀର ସାହେବ ପ୍ରକଟ ଦିବସ ଉପଲକ୍ଷେ ଏକ ଭବ୍ୟ ଶୋଭଯାତ୍ରା ହୋଇଯାଇଛି ।
ପରମେଶ୍ବର କବୀର ସାହେବଙ୍କ ପ୍ରକଟ ଦିବସ ଉପଲକ୍ଷେ ସନ୍ଥ ରାମପାଲଜୀ ମହାରାଜାଙ୍କ ସାନିଧ୍ୟରେ ୨, ୩ ଓ ୪ ଜୁନ ୨୦୨୩ରେ ଭାରତର ୧୦ଟି ସତ୍ୟଲୋକ ଆଶ୍ରମରେ ବିଶାଳ
ଭୋଜନ-ଭଣ୍ଡାରା, ଯୌତୁକ ମୁକ୍ତ ବିବାହ ଓ ରକ୍ତଦାନ ଶିବିର ପରି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଅଛି। ଏହି କାର୍ଯ୍ୟକ୍ରମକୁ ସର୍ବ ମାନବ ସମାଜକୁ ଆମନ୍ତ୍ରଣ କରାଯାଉଛି। ସମାଜକୁ ନିଶାମୁକ୍ତ, ଜାତିଭେଦ ମୁକ୍ତ, ଯୌତୁକ ମୁକ୍ତ, ଭ୍ରଷ୍ଟାଚାର ମୁକ୍ତ କରି ଏକ ସୁସ୍ଥ ସମାଜ ନିର୍ମାଣ ପାଇଁ ସନ୍ଥ ରାମପାଲଜୀ ମହାରାଜା ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ଏହା ହେଉଛି ତାହାର ଅଂଶ ବିଶେଷ ବୋଲି କୁହା ଯାଇଛି । ଏହି ଶୋାଯାତ୍ରାରେ ଓଡ଼ିଶାର ରାଜ୍ୟ ସଂଯୋଜକ ଭକ୍ତ ଅକ୍ଷୟ ନାଏକ, ସହ ସଂଯୋଜକ ଭକ୍ତ ନିରଞ୍ଜନ ମାଝୀ, କଳାହାଣ୍ଡି
ଜୋନ ସଂଯୋଜକ ଧନୁ ଚନ୍ଦ୍ର ସା, ସମ୍ବଲପୁର ଜିଲ୍ଲା ସଂଯୋଜକ ଭକ୍ତ ଋଷି କୁମାର ଭୋଇ, ଓଡ଼ିଶା ରାଜ୍ୟ ସୋସିଆଲ ମିଡ଼ିଆ ସଂଯୋଜକ ଭକ୍ତ କ୍ଷୀରୋଦ ଦାସ , କଳାହାଣ୍ଡି ଜିଲ୍ଲା ସଂଯୋଜକ ବିଷ୍ଣୁ ପୁଟା, ରଞ୍ଜିତ ମଝି, ଗୁରୁଆରୁ ମଝି ଓ କଳାହାଣ୍ଡି ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ନିରଞ୍ଜନ ମେହେରଙ୍କ ସମେତ ଓଡ଼ିଶା ରାଜ୍ୟର ସନ୍ଥ ରାମପାଲଜୀ ମହାରାଜଙ୍କର ସମସ୍ତ ଅନୁଯାୟୀ ଯୋଗ ଦେଇଥିଲେ।