-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗୀର ନଗର ମଣ୍ଡଳ ରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀଣି ତଥା ମହା ଜନ ସମ୍ପର୍କ ଅଭିଯାନ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ କେନ୍ଦ୍ର ରେ ମୋଦି ସରକାର ଙ୍କର ବିଭିନ୍ନ ଉନ୍ନତି ମୂଳକ ଯୋଜନା ବାବଦରେ ଆଲୋଚନା କରାଯାଇଥିଲା, ଭାରତକୁ ଆର୍ଥିକ ଦୃଷ୍ଟିରେ ଆତ୍ମନିର୍ଭରଶୀଳ କରିବା ପାଇଁ ତାଙ୍କର ପ୍ରଚେଷ୍ଟା ବିଷୟରେ ଚର୍ଚ୍ଚା କରାଯାଇଥିଲା, କାର୍ଯ୍ୟକର୍ତ୍ତାଙ୍କୁ କ୍ରିୟାଶୀଳ ତଥା ଉତ୍ସାହିତ କରିବାପାଇଁ ପୁରୁଣା କାର୍ଯ୍ୟକର୍ତ୍ତା ମାନେ ମୂଖ୍ୟ ଭୁମିକା ନେବାକଥା ବୋଲି ବୈଠକରେ ସମସ୍ତେ ମତପୋଷଣ କରିଥିଲେ, ଭାରତୀୟ ଜନତା ପାର୍ଟିକୁ ଜାଣିବା ପାଇଁ ହେଲେ ପାର୍ଟିର ମୂଳ ମନ୍ତ୍ରକୁ ବୁଝିବା ନିହାତି ଦରକାର ବୋଲି ମୂଖ୍ୟ ଅତିଥି ତାଙ୍କର ଅଭିଭାଷଣରେ ମତ ପ୍ରଦାନ କରିଥିଲେ, ଶ୍ରୀମତୀ ପଙ୍କଜିନୀ ପଣ୍ଡାଙ୍କ ସଂଯୋଜନା ତଥା ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଭ:ଜା:ପା: ର ପୂର୍ବତନ ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଓଡ଼ିଶା ପଶ୍ଚିମାଞ୍ଚଳ ପ୍ରଭାରୀ ଶ୍ରୀଯୁକ୍ତ ପ୍ରଭାସ ପାଣିଗ୍ରାହୀ ମୂଖ୍ୟ ଅତିଥି
ଓ ବଲାଙ୍ଗୀର ୧୭ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ତଥା ବଲାଙ୍ଗୀର ବିଧାନସଭା କ୍ଷେତ୍ରର ପ୍ରଭାରୀ ଶ୍ରୀଯୁକ୍ତ ଶିବଦତ୍ତ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ, ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ଉପ ସଭାପତି ଆରତୀ ଗୁରୁ,ବନଶ୍ରୀ ଆଚାର୍ଯ୍ୟ,ଫିରୋଜା ବିବି, ସଞ୍ଜୁ ନାଏକ,ଅନୁଛାୟା ବାବୁ, ବାସନ୍ତୀ ଜେନା, ଅନିତା ମିଶ୍ର, ସୌଦାମିନୀ ମିଶ୍ର, ସରିତା ଯୋଷୀ, ଗାୟତ୍ରୀ ଦାସ,ଅରୁଣା ବାଗ, କଳ୍ପନା ସାହୁ,ଆପେଶ୍ଵରୀ ଦୀପ,ସୁଧାରାଣୀ ସ୍ବାଇଁ,ନିଲାଦ୍ରୀ ଖର୍ସେଲ,ପିଙ୍କି ସାହୁ, ମୋନାଲିସା ମହାନ୍ତି,ଝୁନୁ ପଣ୍ଡା,ସ୍ଵୀଟି ମିଶ୍ର, ସତ୍ୟଭାମା ଭୋଇ, ଲତା ମିଶ୍ର, ଲଲିତ ଶର୍ମା, ଧର୍ମେନ୍ଦ୍ର ଅଗ୍ରୱାଲ,ମାନସ ମହାନ୍ତି, ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।