-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଭାବରେ ସ୍ୱରୂପ ପାତ୍ର ଙ୍କୁ ନିଯୁକ୍ତି ମିଳିଛି। ସେ ପୂର୍ବରୁ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ। ଏହି ନିଯୁକ୍ତି ପାଇଁ ସ୍ୱରୂପ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସ୍ୱରୂପ ଜଣେ ଯୁବ ଦକ୍ଷ ସଂଗଠକ ଭାବରେ ଜିଲ୍ଲା ତଥା ରାଜ୍ୟରେ ବେଶ ଜଣାଶୁଣା ଥିବା ବେଳେ ଦଳରେ ସଂଗଠନ କୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହିତ ଅଧିକ ରୁ ଅଧିକ ଯୁବକ ମାନଙ୍କୁ ସାମିଲ କରି ସଂଗଠନ କୁ ଦୃଢ଼ କରିବି ବୋଲି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।