-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
25-May-2023
କର୍ଲାମୁଣ୍ଡ (ପ୍ରଦିପ କୁମାର ସାହୁ )
କଳାହାଣ୍ଡି ଜିଲ୍ଲା ବିଭିନ୍ନ ବ୍ଳକ ରେ ଓଡିଶା ମେଲେଟ ମିଶନ ପ୍ରକଳ୍ପ ପକ୍ଷ ରୁ ଆଗାମୀ ବିଶ୍ୱ ପରିବେଶ ଦିବସ ପାଳନ ନିମନ୍ତେ ସଚେତନ ରଥ ଜରିଆରେ ଜନ ସଚେତନତା ସୃଷ୍ଟି ନିମନ୍ତେ ଗତ ସୋମବାର ମୁଖ୍ୟ ଜିଲ୍ଲା କୃଷିଅଧିକାରୀ ଙ୍କ କାର୍ଯ୍ୟଳୟ ରେ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇ ଗୁରୁବାର ଉଦଯାପିତ ହୋଇଛି। ଏହି ଅବସରରେ କର୍ଲ।ମୁଣ୍ଡା ବ୍ଳକ ର ବିଭିନ୍ନ ଗାଁ ରେ ମିଲେଟ ମିଶନ ପ୍ରକଳ୍ପ କାର୍ଯ୍ୟକାରୀ ସଂଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଚାରିଦିନ ବ୍ୟାପି ସଚେତନ ରଥ ପରିକ୍ରମା କରିଥିଲା। ଏଥିରେ କୃଷିବିଭାଗ ଏଏଓ ଅରୁଣ କୁମାର ପାଢୀ,ବିପିସି ଜଗଦୀଶ ପ୍ରସାଦ ରଣା, ଏବିପିସି ପ୍ରଦୀପ କୁମାର ସାହୁ, ସିଏଇଓ ସତୀଶ ବେହେରା, ସିଆରପି ,ଧୁରାବନ ବାଗ,ଜୀବରଧନ ସାହୁ,ବାଲ୍ମୀକି ଛତ୍ରୀଆ,ଭାନୁମତି ପଧାନ,ଶ୍ରଦ୍ଧାଞ୍ଜଳି ବାଗ ସହଯୋଗ କରିଥିଲେ