-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
25-May-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଜ୍ୟେଷ୍ଠ ଶୁକ୍ଲ ପଞ୍ଚମୀ ତିଥିରେ ନୂତନ ବୁଢିମା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ମନ୍ଦିର ର ଅଧ ଉର୍ଦ୍ଧ୍ବ ଶୋଧନସହ ମହାଦେବ ଲିଙ୍ଗ ଓ ବିଭିନ୍ନ ପାର୍ଶ୍ଵ ଦେବତା ଙ୍କୁ ଷୋଡ଼ଶ ଉପଚାର ରେ ପୂଜାର୍ଚ୍ଚନା ପୂର୍ବକ ମନ୍ଦିର ରେ ସ୍ଥାପନ କରାଯାଇଛି। ଆଜି ସକାଳୁ ଯଜ୍ଞମଣ୍ଡପ ରେ ବିଭିନ୍ନ ପୂଜାସହ ମନ୍ଦିର ନ୍ୟାସ ଅନୁଷ୍ଠିତ ହୋଇ ସମସ୍ତ ପାର୍ଶ୍ଵ ଦେବତା ଙ୍କୁ ମନ୍ଦିର ରେ ସ୍ଥାପନ କରାଯାଇଥିଲା। ଆଜି ଯଜ୍ଞମଣ୍ଡପରେ ହୋମ ଓ ଚଣ୍ଡୀ ପାଠ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର ଶିଖରରେ ପାଞ୍ଚଟି କଳସ ସ୍ଥାପନ କରିଯାଇଥିଲା। ରାଜ୍ୟ ସ୍ୱ।ସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନପୂଜାରୀ ଆଜି ଯଜ୍ଞମଣ୍ଡପ ଅଷ୍ଟପ୍ରହରୀ ନାମ ମଣ୍ଡପ ଓ ମାଁ ବୁଢିମାଙ୍କର ଦର୍ଶନ ଲାଭ କରିଥିଲେ। ଆସନ୍ତା କାଲି ପୂର୍ଣ୍ଣ।ହୁତି ସହ ମାଁ ବୁଢିମାଙ୍କର ମନ୍ଦିର ବିଜେ କାର୍ଯ୍ୟକ୍ରମ ରହିଛି।ଆଜିଠାରୁ ଦୁଇଦିନ ଧରି ସର୍ବସାଧାରଣଙ୍କ ପାଇଁ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନକରିଥିବା ବେଳେ ମନ୍ଦିର ନିର୍ମାଣ କମିଟିର ଜନ୍ମେଜୟ ପାତ୍ର, ବି. ସତ୍ୟନାରାୟଣ ରାଓ,ପ୍ରଦ୍ୟୁମ୍ନ ପାତ୍ର,ଆନନ୍ଦ ପାତ୍ର,କୈଳାସ ପାତ୍ର, ସ୍ୱାଗତଂପାତ୍ର ,ବୈକୁଣ୍ଠ ପାତ୍ର, ଶ୍ୟାମ ଭାଇ ପ୍ରମୁଖ ସହଯୋଗ କରିଥିଲେ।