-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
23-May-2023
ସୁବର୍ଣ୍ଣପୁର ( ମନୋରଞ୍ଜନ ତ୍ରିପାଠୀ)
ପବିତ୍ର ଶ୍ରୀ ଶୀତଳ ଷଷ୍ଠୀ ଅବସର ରେ ସ୍ୱଚ୍ଛଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷ ରୁ ଗତ ରବିବାର ଠାରୁ ଆଜିଯାଏ ସହର ର ଇଷ୍ଟ ଦେବ ସୁବର୍ଣ୍ଣମେରୁ ମନ୍ଦିର, ଶ୍ରୀ ରାମେଶ୍ୱର ମନ୍ଦିର, ଓ ଶ୍ରୀ ଲୋକନାଥ ମନ୍ଦିର ସମେତ ବିଭିନ୍ନ ଶୈବ ପୀଠରେ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ କରାଯାଇଛି l ସଂଗଠନ ର ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମ ଙ୍କ ନେତୃତ୍ୱ ରେ ଉପଦେଷ୍ଠl ଗରିବ ଲୋଇ, ଇନ୍ଦୁମତୀ ପୁରୋହିତ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କ୍ରମାଗତ ଭାବେ ଅନୁଷ୍ଠିତ ଏହି ଶିବିର ରେ ପ୍ରହଲ୍ଲାଦ ମିଶ୍ର,ରାମ ଚନ୍ଦ୍ର ଅଗ୍ରୱାଲା, ପ୍ରତାପ ଦାଶ, ଜୟନାରlଣ ସାହୁ, ସୁଶାନ୍ତ ସାହୁ, ତରଣି ମେହେର, ଲଡ଼ୁକିଶୋର ମଲ୍ଲିକ, ପ୍ରମୋଦ ସାହୁ, ପ୍ରଫୁଲ୍ଲ ନାଏକ, ନାରାୟଣ ରଥ, ଜୟନ୍ତ ବେହେରା, ବୈକୁଣ୍ଠ ଶତପଥୀ, କଳାକାଁହୁ ଦାଶ,ରୋମୁ ତିୱାର, ଦିଲ୍ଲୀପ ଭୁକ୍ତl, ବୃନ୍ଦାବନ ରଥ, ଜୟନ୍ତୀ ରଥ, ତ୍ରିଲୋଚନ ତରିଆ, କ୍ରିଷ୍ଣା ମେହେର, ଡା, ସରୋଜ ପଟେଲ, ପ୍ରମୁଖ ସାମିଲ ଥିଲେ l କୋଡିନେଟର ମନୋରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l