-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
24-May-2023
ବ୍ରହ୍ମପୁର : ବ୍ରହ୍ମପୁର ଗୋଷାଣୀ ନୂଆଁଗାଁ ୨୬ ନ. ୱାର୍ଡ ବେଢା ବନ୍ଧ ର ଉନ୍ନତି କାର୍ଯ୍ୟ ତଦାରଖ ପାଇଁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ, ସ୍ଥାନୀୟ କର୍ପୋରେଟର ଧିରେଶ ସାବତ ପ୍ରମୁଖ ଉପସ୍ଥିତ ରହି ବନ୍ଧକାର୍ଯ୍ୟ ପରିଦର୍ଶନ କରିଥିଲେ l ଏହି ପୋଖରୀ କାର୍ଯ୍ୟ ପାଇଁ ସରକାରଙ୍କ ଠୁ ୨୯ କୋଟି ୨୨ ଲକ୍ଷ ଅର୍ଥରାଶି ମଞ୍ଜୁରୀ ମିଳିଛି ବିଦେଶରୁ ଦଳ ସଫା ପାଇଁ ଆସିଥିବା ମେସିନ ମାଧ୍ୟମରେ ଦଳକୁ ସଫା କରା ଯାଇ ବନ୍ଧର ନବୀକରଣ ରାସ୍ତା ନିର୍ମାଣ କାର୍ଯ୍ୟକୁ ଠିକ ସମୟରେ ସାରିବାକୁ ଜିଲ୍ଲାପାଳ ତଥା କମିସନର ନିର୍ଦ୍ଦେଶ ଦେଇଛନ୍ତି l ଯେହେତୁ ଆଗକୁ ବର୍ଷା ଆସୁଛି ତେଣୁ ୱାର୍ଡର ବନ୍ଧକାମ ଉଚିତ
ସମୟରେ ନ ସରିଲେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି କର୍ପୋରେଟର ଧୀରେଶ ସାବତ ଜଣାଇ ଥିଲେ l କମିଶନର ଜେ. ସୋନାଲ ତଥା ଜିଲ୍ଲାପାଳ ଠିକ ସମୟରେ କାମ ସାରିବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ l