-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
23-May-2023
ବେଲପଡ଼ା (ପୁର୍ଣ୍ଣ ଶଶୀ ଶେଖର ରାଓ) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାଦନ ରୋକିବା ନିମନ୍ତେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାକୁ ପ୍ରାଧାନ୍ୟ ଦେଇ ପ୍ରତ୍ୟେକ କ୍ଷେତ୍ରରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଠାରେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଲାଭଖୋର ନୀତି ପାଇଁ ସେସବୁ ବାଟବଣା ହୋଇଯାଉଛି । ଲୋକେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଯିବା
ପାଇଁ ବାଧ୍ୟ ହେଉଛନ୍ତି। ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବେହେରା ମୁଣ୍ଡା ପଞ୍ଚାୟତ ଧିଙ୍ଗିଆମୁଣ୍ଡା ଗାଁ ରେ ଅମୃତ ସରୋବର ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ୧୦ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଆସିଥିବା ବେଳେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାର ସୂଚନା ଫଳକ ନିର୍ମାଣ କରିଥିଲେ ପରେ ସ୍ଥାନୀୟ ସରପଞ୍ଚ କୁସୁମ ଦୀପ ନିଜ ସ୍ବାର୍ଥ ପାଇଁ ଗରିବ ଶ୍ରମିକ ପେଟରେ ଲାତ ମାରି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାର ସୂଚନା ଫଳକ ଭାଙ୍ଗିଦେଇ ଜେସିବି ଲଗାଇ କାମ କରୁଛନ୍ତି। ଏହି କାମରେ କନିଷ୍ଠ ଯନ୍ତ୍ରୀ ଓ ଏପିଓ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ବେଳେ ଆଗାମୀ ଦିନରେ ମନରେଗା ଦୁର୍ନୀତିର ଚରମସୀମାରେ ପହଞ୍ଚିବାରେ ତିଲେ ମାତ୍ର ସନ୍ଦେହ ନାହିଁ। ଏମିତି କି ବେହେରା ମୁଣ୍ଡା ପଞ୍ଚାୟତରେ ଏକ ବର୍ଷ ମଧ୍ୟରେ ଅନେକ ଦୁର୍ନୀତି ଚାଲିଥିବା ପଞ୍ଚାୟତ ବାସୀଙ୍କ ଠାରୁ ଜଣାପଡିଛି। ଫେବୃଆରୀ
ମାସ ୨୦ ତାରିଖ ଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ଶୁଣାଣି ଶିବିରରେ ସରପଞ୍ଚଙ୍କ ନାଁ ରେ ଅନେକ ଅଭିଯୋଗ କରିଥିଲେ ଓ ମେ ୧ ତାରିଖ ଦିନ ଶ୍ରମଦିବସ ଥିବା ବେଳେ ଶ୍ରମିକ ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା ମାରିଥିଲେ। ଗତ କିଛି ଦିନ ତଳେ ଦର୍ହମୁଣ୍ଡା ଗାଁ ସାଥି ପର୍ଶୁରାମ ଶତପଥୀ ଓ ମୁଣ୍ଡା ଗାଁ ର ଗାଁ ସାଥି ଗଜପତି ଭୋଇଙ୍କୁ ସରପଞ୍ଚ ଙ୍କ ସ୍ବାମୀ ଟିକେଶ୍ବର ଦୀପ ପି,ସି ମାଗିବାରୁ ଦୁଇ ଜଣ ଗାଁ ସାଥି ଇସ୍ତଫା ଦେଇଥିଲେ।ଏହାକୁ ଜିଲ୍ଲାପାଳ ଓ ପିଡି ଡି, ଆର୍,ଡି,ଏ ସ୍ବତନ୍ତ୍ର ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।