-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
18-May-2023
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ହାଟପଦା ଠାରେ ଦିର୍ଘ ଦିନ ଧରି ତିଆରି ହେଉଥିବା ମାଁ ଦୁର୍ଗାଙ୍କ ନବନିର୍ମିତ ଭବ୍ଯ ପୂଜା ମଣ୍ଡପ ତିଆରି ଶେଷ ହୋଇଛି। ମଣ୍ଡପ କୁ ଆନୁଷ୍ଠାନିକ ଭାବେ ଧୁମଧାମରେ ପ୍ରତିଷ୍ଠା ପୂଜନୋତ୍ସବ ପାଳନ କରାଯିବା ପାଇଁ ନିଷ୍ପତ୍ତି ଅନୁଯାଇ ଚଳିତ ମାସ ୨୬ ତାରିଖ ଅଙ୍କୁରାରୋପଣ, ମଣ୍ଡଲୀ କରଣ ପରେ ପଞ୍ଚକୁଣ୍ଡିୟ ଯଜ୍ଞ ଆରମ୍ଭ ହୋଇ ୩୦ ତାରିଖ କୁମ୍ଭଧ୍ବଜ ସ୍ଥାପନ ହୋଇ ପୂର୍ଣ୍ଣାହୁତି ହୋଇ ପୂଜା
ସମାପନ ହେବ। ତେବେ ଏହି ପ୍ରତିଷ୍ଠା ଉତ୍ସବ ପାଇଁ ବୁଧବାର ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି। ପୂଜକ ଭାବେ ସୁରୁ ରଥ ପୂଜାକାର୍ଯ୍ୟ ତୁଲାଇ ଥିବା ବେଳେ କର୍ତ୍ତା ଭାବେ ସରୋଜ ଜୈନ ଦାୟୀତ୍ବ ତୁଲାଇ ଥିଲେ। ଏଥିରେ ମାଁ ଦୁର୍ଗା ମଣ୍ଡପ ନିର୍ମାଣ କମିଟିର ସମସ୍ତ ସଦସ୍ଯ ଙ୍କ ସହ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।