-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
17-May-2023
ବଲାଙ୍ଗୀର (ଦେବାଶିଷ ବହିଦାର ): ବଲାଙ୍ଗୀର ସହରର ମଧ୍ୟ ଭାବରେ ରହୁଥିବା ବ୍ରାହ୍ମଣ ପଡା ତଥା ୱାର୍ଡ ନମ୍ବର ୮ ର ଶତାଧିକ ମହିଳା ଓ ସ୍ଥାନୀୟ ଯୁବକ ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରିଥିବା ଦେଖିବାକୁ ମିଳିଥିଲା। ତାଙ୍କ କହିବା ଅନୁଯାୟୀ ତାଙ୍କ ୱାର୍ଡ ରେ ରହିଥିବା କରଙ୍ଗାକଣ୍ଟା ବନ୍ଧ ର ପଙ୍କଉଦ୍ଧାର ଓ ବିକାଶ ପାଇଁ ଦୀର୍ଘ ଦିନ ହେବ ଅନୁଦାନ ପଡି ରହିଛି। ଆଉ ଅଳ୍ପ ଦିନ ମଧ୍ୟରେ ମୌସୁମୀର ଆଗମନ ହେବାକୁ ଯାଉଛି। ବର୍ଷା ହେଲେ ବନ୍ଧକଣ୍ଟାର ବିକାଶ ହେବା ଠପ୍ ହୋଇଯାଏ। ଏହି ବନ୍ଧ ପାଇଁ ଆସିଥିବା ଅନୁଦାନ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ସମାପ୍ତ ମଧ୍ୟ କରନ୍ତୁ ନ ହେଲେ ପୁର୍ବ ପରି ବିଭିନ୍ନ ବିକାଶ ପାଇଁ ଆସୁଥିବା ଅନୁଦାନ ପୁଣି କାମ ନ ହୋଇ ସରକାରଙ୍କ ନିକଟକୁ ଫେରି ଯିବାର ଅନେକ ଉଦାହରଣ ରହିଛି ବୋଲି ଆନ୍ଦୋଳନକାରୀ ମାନଙ୍କ ପକ୍ଷରୁ କୁହାଯାଇଛି l ଆଜି ବ୍ରାହ୍ମଣ ପଡ଼ାର ଶତାଧିକ ଅଧିବାସୀ ଜିଲ୍ଲା ପ୍ରଶାସନକୁ ଘେରି ରହିଥିଲେ। ଆଜିର ଏହି ଗଣ ଆନ୍ଦୋଳନର ପୁରୋଧା ବଲାଙ୍ଗୀର ସହରର ଜଣାଶୁଣା ସାମାଜିକ ସଂଗଠକ ହିମାଂଶୁ ନାୟକ ନେତୃତ୍ବ ନେଇଥିବା ଦେଖିବାକୁ ମିଳିଥିଲା। ପ୍ରକୃତରେ ଜିଲ୍ଳାପାଳଙ୍କ ମନମାନୀ ରେ ବଲାଙ୍ଗୀର ଜନସାଧାରଣ ଅତିଷ୍ଠ ହେଲେଣି ବୋଲି ଶ୍ରୀ ନାୟକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।