-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
17-May-2023
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଗତ 16 ତାରିଖ ଦିନ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକ୍ ର ଶ୍ରୀ ଜୟନ୍ତ କୁମାର ବେହେରା ଙ୍କୁ ସାଂସଦ ପ୍ରତିନିଧି ଭାବରେ ମନୋନୀତ କରିଛନ୍ତି l ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଙ୍କ ପାଟଣାଗଡ ରେ ଥିବା କାର୍ଯ୍ୟାଳୟକୁ ଡାକି ମନୋନୟନ ପତ୍ର ଦେଇଛନ୍ତି l ମନୋନୟନ ଆଦେଶ ଦେବା ସମୟରେ ତାଙ୍କ ଅନେକ ସମର୍ଥକ ଉପସ୍ଥିତ ଥିଲେ।ସେମାନେ ହେଲେ ଶ୍ରୀ ପଞ୍ଚୁ ପଧାନ,ନାରାୟଣ ସାହୁ,ରାମଚନ୍ଦ୍ର ମେହେର,ପ୍ରଶାନ୍ତ ଭୋଇ,ଗୋପାଳ ଭୋଇ,ଯୁଗେଶ ମେହେର,ଦେବେନ୍ଦ୍ର ମେହେର,ଉତ୍ତମ ଭୋଇ, ରାଜ ବାରିକ ପ୍ରଭୃତି ଉପସ୍ଥିତ ଥିଲେ l ଆଜି ଶ୍ରୀ ଜୟନ୍ତ କୁମାର ବେହେରା ଯିଏକି ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ଭାବରେ ମନୋନୀତ ହୋଇଛନ୍ତି , ଆଜି ନିଜ ସମର୍ଥକ ଙ୍କ ସହିତ ଆସି ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶଙ୍କର କେରକେଟା ଙ୍କୁ ମନୋନୟନ ପତ୍ର ଦେଇଛନ୍ତି l ଏହି ଅବସରରେ ତାଙ୍କର ସମର୍ଥକ ତଥା ଆଗଲପୁର ଜନସାଧାରଣ ମାନ ଖୁସିବ୍ୟକ୍ତ କରିଛନ୍ତି l