-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
17-May-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଡେ ଲୋଇସିଂହା ଜିଲ୍ଲା ଆଦିବସୀ କଲ୍ୟାଣ ସଙ୍ଘ ଆନୁକୂଲ୍ୟରେ ପାଳନ କରାଯାଇଛି ଏହିପାଳନ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅଦିବାସୀ କଲ୍ୟାଣ ସଙ୍ଘ ସଭାପତି ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ଭୋଇ ଓ ବଂଶୀ ଧର କାଲସାଏ ଉପସ୍ଥିତ ଥିଲେ ଡ. ଅଚୁତ ସାମନ୍ତ କିସ କିଟ ପ୍ରତିଷ୍ଠାତା ଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କର ଏହି ପ୍ରୟାସ କୁ ପ୍ରଶଂସା କରିଥିଲେ ଏବଂ ଉପସ୍ଥିତ ଆଶା କର୍ମୀ ଓ ଛାତ୍ର ଛାତ୍ରୀ ଙ୍କୁ ଛତା ପାଣିବୋତଲ ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ଲୋଇସିଂହା ବ୍ଲକ ସଭାପତି ଶ୍ରୀ ଦଶରଥ ଛତ୍ରିଆ ପରିଚାଳନା କରିବା ସହ ସହଯୋଗ କରଥିଲେ l ଗୋପାଳ ପଧାନ, ପୁର୍ଣଚନ୍ଦ୍ର ଭୋଇ, ଗୋବର୍ଧନ ଧରୁଆ, ଲଳିତ ପୁଟା, ଗୋବିନ୍ଦ ଭୋଇ ରୁକ୍ମଣ ଧରୁଆ, ଗୋବିନ୍ଦ ପୁଟା, ଲାଳମନ ନାଗ, ନୀଳାଞ୍ଚଳ ବଗାର କିସ ବଲାଙ୍ଗୀର ପ୍ରତିନିଧି ତନ୍ମୟୀ ଯୋଗଦାନ କରିଥିଲା ଓ ଆର୍ଟ ଅଫ ଗିଭିଂ ର ଉଦେଶ୍ୟ ଜ୍ଞାପନ କରିଥିଲେ l