-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
16-May-2023
ବଲାଙ୍ଗୀର(ପ୍ରେରଣା ଖବର) ଗତ ୨ଠ୧୭ ମସିହାରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କୁରେଭନା ଗାଁ ରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ବଲାଙ୍ଗୀର ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଗତ ୨ଠ୧୭ ମସିହାରେ କୁରେଭନା ଗାଁ ର କାଳିନ୍ଦ୍ରି ପୁଟେଲ କିଛି ଘରୋଇ କଳହକୁ କେନ୍ଦ୍ର କରି ନିଜ ବଡ ଭଉଣୀ ନୀରବାଣୀ ପୁଟେଲଙ୍କୁ ଠେଙ୍ଗାରେ ହତ୍ୟା କରିଥିବା ନେଇ ତୁଷୁରା ଥାନାରେ ଅଭିଯୋଗ ହୋଇଥିଲା । କାଳିନ୍ଦ୍ରିଙ୍କ ବିରୁଦ୍ଧରେ ତୁଷୁରା ଥାନା କେସ୍ ନମ୍ବର ୨୨୮ ରେ ଏକ ମାମଲା ରୁଜୁ ହୋଇ ଥଲା । ଏହା ପରେ କାଳିନ୍ଦ୍ରିଙ୍କୁ ଦଫା ୩ଠ୨ ଓ ୨ଠ୧ ଆଇପିସିରେ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା । ତେବେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ୧୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପ୍ରମାଣ ଅଭାବରୁ କାଳିନ୍ଦ୍ରିଙ୍କୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତଙ୍କ ତରଫରୁ ଏଡ୍ଭୋକେଟ ଶୁଭ୍ରାଂଶୁ ବଗର୍ତ୍ତିୀ ମୁକଦ୍ଦମା ପରିଚାଳନା କରୁଥିଲେ ।