-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗର ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ପରିବହନ କ୍ଷତି ସହୁଛି ଯୋଗାଣ ନିଗମ 

17-May-2023



କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା): ସରକାର ଚାଷୀଙ୍କ ଧାନ କୁ ଶୃଙ୍ଖଳିତ ଶୈଳୀରେ କିଣିବା ପାଇଁ ବିଧି ବଦ୍ଧ ବ୍ୟବସ୍ଥା କରିଥିବା ବେଳେ ଅନେକ ସମୟରେ ବିଭିନ୍ନ ସମସ୍ୟା ହେଉଥିବା ଚର୍ଚ୍ଚା ହେଉଛି । କଳାହାଣ୍ଡି ଜିଲ୍ଲାରେ ଯୋଗାଣ ବିଭାଗ ର ତୃଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ଧାନ ପରିବହନ ଖର୍ଚ୍ଚ ରେ ଯୋଗାଣ ନିଗମ ବ୍ୟାପକ କ୍ଷତି ସହୁଥିବା ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ଦ୍ବାରା ଜାରି କରାଯାଇଥିବା କଷ୍ଟିଂ ସିଟ ଅନୁସାରେ ଧାନ କିଣିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ମୂଲ୍ୟାଙ୍କନ କରାଯାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ନିଜସ୍ବ ଧାନ କିଣା ପରିଚାଳନା ଗାଇଡ ଲାଇନ ଜାରି କରିଥାନ୍ତି । ସେଣ୍ଟ୍ରାଲ ପୁଲ ଓ ଷ୍ଟେଟ ପୁଲ ପ୍ରକାରେ ଧାନ କିଣା ଯାଉଥିବା ବେଳେ ରାଜ୍ୟ ଯୋଗାଣ ନିଗମ କଳାହାଣ୍ଡି ଜିଲ୍ଲା ସମବାୟ ବେଙ୍କ ଅଧିନସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣିପଞ୍ଚାୟତ ମାଧ୍ୟମରେ ବିଭିନ୍ନ ଧାନ କିଣା କେନ୍ଦ୍ର ମଣ୍ଡି ରୁ ଧାନ କିଣିଥାନ୍ତି । ପ୍ରତ୍ୟେକ ଧାନ କିଣା କେନ୍ଦ୍ର ରେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ କଷ୍ଟମ ମିଲର୍ସ ଙ୍କୁ ସଂଯୋଗ କରି ମଣ୍ଡିରୁ ମିଲର୍ସ ଗୋଦାମକୁ ଧାନ ନେବାର ବ୍ୟବସ୍ଥା କରିଥାନ୍ତି । ଏହି ଧାନ ପରିବହନ ଖର୍ଚ୍ଚ ଯୋଗାଣ ନିଗମକୁ ବହନ କରିବାକୁ ପଡିଥାଏ ଏବଂ ସର୍ବନିମ୍ନ ଦୂରତା ଆଧାର ରେ ମିଲର୍ସ ସଂଯୋଗ କରାଯାଇ ପରିବହନ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ରାଜ୍ୟ ଯୋଗାଣ ନିଗମ  ଜିଲ୍ଲା ଯୋଗାଣ ବିଭାଗ ଉପରେ ଦାୟିତ୍ବ ନ୍ୟସ୍ତ କରିଥିବା ବେଳେ ଯୋଗାଣ ବିଭାଗ ସେଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ଯାହା ଫଳରେ ପରିବହନ ଖର୍ଚ୍ଚ ବାବଦରେ ଯୋଗାଣ ନିଗମ ବହୁ ମାତ୍ରା ରେ କ୍ଷତି ସହୁଥିବା ଜଣାପଡିଛି ।  ଅତୀତରେ ଧର୍ମଗଡ ଉପଖଣ୍ଡ ଅଞ୍ଚଳରେ ଧାନ ମଣ୍ଡି ଥିବା ଅଞ୍ଚଳର ସ୍ଥାନୀୟ ଅସାଧୁ ମିଲର୍ସ ମାନେ ବିଭିନ୍ନ ଉପାଯରେ ଚାଷୀଙ୍କୁ ଶୋଷଣ କରୁଥିବା ଅନେକ ଅଭିଯୋଗ ହେବା ସହ ସ୍ଥାନୀୟ ମିଲର୍ସ ଙ୍କୁ ମଣ୍ଡିରେ ସଂଯୋଗ ନ କରିବାକୁ ଦାବି ହେଉଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ଏମ ଏମ ଡି ଏଫ ସୂତ୍ର ରେ ପରିବହନ ଖର୍ଚ୍ଚ କମାଇବାକୁ କେବଳ ସ୍ଥାନୀୟ ମିଲର୍ସ ଙ୍କୁ ପ୍ରାଧାନ୍ୟ ଦେଇ ମଣ୍ଡିରେ ସଂଯୋଗ କରୁଥିଲେ । ସେସମୟରେ କେସିଙ୍ଗା ଅଞ୍ଚଳର ମିଲର୍ସ ଗୁଡିକ ମାଣ୍ଡି ମାନଙ୍କରେ ସଂଯୋଗ ହେଲେ ତୁରନ୍ତ ଧାନ ଉଠାଣ ହେଉଥିବା ଚାଷୀ ମହଲରେ ଆଲୋଚନା ହେଉଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଯୋଗାଣ ବିଭାଗ ଚାଷୀଙ୍କ କୌଣସି ଦାବୀକୁ ଗୁରୁତ୍ବ ନ ଦେଇ କେବଳ ସ୍ଥାନୀୟ ମିଲର୍ସ ଙ୍କୁ ହିଁ ସଂଯୋଗ କରୁଥିଲେ । ବିଗତ ଦୁଇ ତିନି ବର୍ଷ ହେବ ଏମ ଏମ ଡି ଏଫ ସୂତ୍ର କୁ ଆଖି ଠାର ମାରି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ମିଲର୍ସ ଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ମିଳିଥିବା ତଥ୍ୟ ଅନୁସାରେ ଧର୍ମଗଡ ଉପଖଣ୍ଡରେ ୬୬ ଗୋଟି ମିଲର୍ସ ଓ ଭବାନୀପାଟଣା ଉପଖଣ୍ଡ ରେ ୫୯ ଗୋଟି ମିଲର୍ସ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥା ରେ ୭୩ ଗୋଟି ମିଲର୍ସ ଅଂଶ ଗ୍ରହଣ କରୁଥିବା କୁହାଯାଉଛି ଧର୍ମଗଡ ଉପଖଣ୍ଡରେ ପ୍ରଚୁର ଧାନ ଉତ୍ପାଦନ ହେଉଥିବା ବେଳେ

ଭବାନୀପାଟଣା ଉପଖଣ୍ଡର ମିଲର୍ସ ଙ୍କୁ ପ୍ରାଧାନ୍ୟ ଦିଆ ଯାଇ ୧୧୦ କି ମି ଦୁରତାରୁ ଧାନ ଉଠାଣ କରା ଯାଉଥିବା ଦେଖା ଯାଉଛି ଅ ଯଦିଓ ସ୍ଥାନୀୟ ମିଲର୍ସ ଙ୍କୁ ମଣିରେ ସଂଯୋଗ ଦେବେ ନାହି ତେବେ ବ୍ଲକ ଅଦଳ ବଦଳ କରି ମିଲର୍ସ ସଂଯୋଗ କରି ଦୂରତା କମ କରା ଯାଇ ପାରିବ କିନ୍ତୁ ସେଥି ପ୍ରତି କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ଜୁନାଗଡ ରୁ କେଶିଙ୍ଗା ର ଦୂରତା ୬୦ କି ମି ହୋଇଥିବା ଦୃଷ୍ଟି ରୁ ଧର୍ମଗଡ ଉପଖଣ୍ଡ ରୁ ଭବାନୀପାଟଣା ଉପଖଣ୍ଡ ର ସର୍ବାଧିକ ମିଲର୍ସ ଥିବା କେଶିଙ୍ଗା ଅଞ୍ଚଳ ର ଦୂରତା ନିଶ୍ଚିତ ଭାବରେ ୬୫ କି ମି ରୁ ଅଧିକ ହେବ ହିଁ ହେବ କାରଣ ଏହି ଭୌଗୋଳିକ ସ୍ଥିତିର ଦୂରତା ଅନୁସାରେ ଧର୍ମଗଡ ଉପଖଣ୍ଡ ମଧ୍ୟରେ ଏହି ଅଞ୍ଚଳର ମିଲର୍ସ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ମଣ୍ଡି ସଂଯୋଗ କଲେ ଏମ ଏମ ଡି ଏଫ ନୀତି ଅନୁସାରେ ଧାନ ପରିବହନ ଖର୍ଚ୍ଚ କମ ହୋଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like