-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
16-May-2023
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ କର୍ଲାମୁଣ୍ଡା ନେତାଜୀ ସ୍କାଉଟ ଗୃପ ଓ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରିଞ୍ଜା ରେଣ୍ଡୋ ମାଝି ସ୍କାଉଟ୍ ଗ୍ରୁପ ପକ୍ଷରୁ ଥଣ୍ଡା ପାଣି,ସରବତ, ତରବୁଝ ବଣ୍ଟନ କାର୍ଯ୍ୟକ୍ରମ ବେଶ ପ୍ରଂଶନିୟ ହୋଇପାରିଛି। ଏଥିରେ ସ୍କାଉଟ ମାଷ୍ଟର ପବିତ୍ର ମୋହନ ପଶା ଓ ସ୍କାଉଟ ମାଷ୍ଟର ଅରବିନ୍ଦ ସାହୁ ଙ୍କ ତତ୍ତ୍ୱାବଧାନରେ ।ରିଞ୍ଜା ଓ କର୍ଲାମୁଣ୍ଡା ର ବିଭିନ୍ନ ଛକ ମାନଙ୍କରେ ସ୍କାଉଟସ୍ ପିଲା ମାନଙ୍କ ଦ୍ଵାରା ସରବତ ବଣ୍ଟନ ହେଉଥିବା ସହ ବଜ୍ରପାତ ଓ ଅଂଶୁଘାତ ଵିଷୟରେ ସତର୍କ ସୂଚନା ପାଇଁ ପୋଷ୍ଟର ଛାପି ସଚେତନ କରୁଥିବା ଦେଖିବାକୁ ମିଳିଛି। ଏହା ଦ୍ୱାରା ଯାତାୟାତ କରୁଥିବା ଲୋକେ ଥଣ୍ଡା ପାଣି,ଓ ସରବତ ର ମଜାନେଉଛନ୍ତି।ଏଭଳି କାର୍ଯ୍ୟ କୁ ଅଞ୍ଚଳରେ ପ୍ରସଂଶା କରାଯାଇଛି।