-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
13-May-2023
ବରଗଡ଼ (ପ୍ରେରଣା ଖବର )
ବରଗଡ଼ ଜିଲ୍ଲା ଗାଇସିଲେଟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ରେ ଡ.ସୁନିଲ କୁମାର ପଣ୍ଡା ଙ୍କ ସଭାପତିତ୍ବ ରେ ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ , ବିଡ଼ିଓ ମନୋଜ କୁମାର ଦେବତା ଯୋଗ ଦେଇଥିଲେ । ଅଧ୍ୟକ୍ଷ ଏବଂ ବିଡ଼ିଓ ମହାଶୟ ଙ୍କୁ କମିଟି ର ସଦସ୍ୟ ମାନେ ବ୍ରାହ୍ମଣ ସମାଜ ର ନିର୍ମାଣଧୀନ ଥିବା କଲ୍ୟାଣ ମଣ୍ଡପ କୁ ସମ୍ପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଥିବା ବେଳେ ଶ୍ରୀଯୁକ୍ତ ସାହୁ ଏହା ସମ୍ପୂର୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ଯଜ୍ଞ ପବିତ ବା ପଇତା ତିଆରି କରିବାର କର୍ମ ଶାଳା ଠୁ ନେଇ କିଭଳି ଜଗତ ର କଲ୍ୟାଣ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକ ରେ ଶତାଧିକ ସଦସ୍ୟ ଯୋଗ ଦେଇଥିବା ବେଳେ ଆଗାମୀ ଦିନରେ ବ୍ଲକ ରେ ଥିବା ସମସ୍ତ ୧୯ ଗୋଟି ଗ୍ରାମପଞ୍ଚାୟତ ର ବ୍ରାହ୍ମଣ ମାନଙ୍କୁ ନେଇ ଏକ ବ୍ଲକ୍ ସ୍ତରୀୟ ସଂଗଠନ କରିବା ପାଇଁ ନିଷ୍ପତି ନିଆଯାଇଛି । ପରିଶେଷରେ ସୁଶାନ୍ତ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ,କୋଷାଧ୍ୟକ୍ଷ ସଞ୍ଜୟ କୁମାର ପୁରୋହିତ ,ପର୍ଶୁରାମ ବାହିନୀ ସଂଯୋଜକ ଅରବିନ୍ଦ ପଣ୍ଡା,ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।