-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
23-Apr-2023
ଲୋଇସିଂହା (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ କୃଷି ଅଧିକାରୀ ଉମାଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋଇସିଂହା ଆତ୍ମା ସଭାପତି ରବୀନ୍ଦ୍ର ପୁଟେଲ ସହ ଷ୍ଟାଫ ଲୋଇସିଂହା ବ୍ଲକ ଅନ୍ତର୍ଗତ ସୁଜିଆ ସ୍ଵପ୍ନେଶ୍ଵର ବାବା ମନ୍ଦିରଙ୍କୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଳିଙ୍ଗ l ପୂଜା ଏବଂ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଅବସରରେ l ଅକ୍ଷୟ ତୃତୀୟାରେ ମାଟିମାତା ଙ୍କୁ ପୂଜା କରି ଅଖିମୁଠି ଅନୁକୂଳ କରିଛି ଚଷା l କ୍ଷେତରେ ବିହନ ବୁଣିବା ସହ ଭଲ ଅମଳ ପାଇଁ ମାଟି ମାତା ଙ୍କୁ ପୂଜା କରାଯାଇଛି l ଏହି ଦିନ ଜମିରେ ବିହନ ମୁଠାଏ ପକାଇ ପୂଜା କରି ଚାଷ ଆରମ୍ଭ କଲେ ଭଲ ଚାଷ ହୁଏ ବୋଲି ଲୋକଙ୍କ ବିଶ୍ୱାସ l ଯାହାକୁ ବିଶ୍ୱାସ କରି ଅଖି ମୁଠି ଅନକୂଳ କରେ ଚାଷୀ l ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ ପାରମ୍ପରିକ ନୃତ୍ୟରେ ଗାଁ ଲୋକେ ବିଧାୟକ ଙ୍କୁ ସ୍ୱାଗତ କରିଥିଲେ l ଚାଷୀଙ୍କ ମଙ୍ଗଳ ମନାସୀ ବିଧାୟକ ମାଟି ମାଆର ପୂଜାର୍ଚ୍ଚନା କରିବା ସହ ଆଖିମୁଠି ଅନୁକୂଳ କରି ଚାଷ ଜମିରେ ହଳ ବୁଲାଇଥିଲେ । ଓଡ଼ିଶାରେ କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡ ମଜବୁତ ହେଉ ବୋଲି ପ୍ରାର୍ଥନା କରିଥିଲେ l ଲୋଇସିଂହା ସମେତ ବ୍ଲକ ର ଅନ୍ୟାନ୍ୟ ପଂଚାୟତ ର ଚାଷୀ ତଥା ସ୍ଥାନୀୟ ଲୋକେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l