-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ ସମାରୋହ: ଯୁଗୋପଯୋଗୀ ଚାଷ ଉପରେ ଗୁରୁତ୍ୱ ଦେବାକୁ ଚାଷୀଙ୍କୁ ପରାମର୍ଶ 

23-Apr-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ (କୃଷକ ଦିବସ) ପାଳନ ସମାରୋହ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଛେପାପାଲି  ଠାରେ  ଅନୁଷ୍ଠିତ ହୋଇଯାଇଛି l

ଆଜି ସକାଳେ ରୀତିନୀତିର ସହ ପୁଜାପାଠ ପୂର୍ବକ ଦିବସର ମୁଖ୍ୟ ଅତିଥି ଜିଲ୍ଳାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ସମ୍ମାନିତ ଅତିଥି ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସେଠୀ,ଅନ୍ୟାନ୍ୟ କୃଷି ଓ କୃଷି ଆନୁସଙ୍ଗିକ ବିଭାଗୀୟ ଅଧିକାରୀଙ୍କଙ୍କ ଉପସ୍ଥିତିରେ  ଅକ୍ଷୀମୁ୍ଠୀ ଅନୁକୂଳ କରାଯାଇଥିଲାl ପରେ ପରେ ବୈଦ୍ୟନାଥ ପେକ୍ସ କେନ୍ଦ୍ର ପରିସରରେ ଜିଲ୍ଲାର ଚାଷୀ ମାନଙ୍କ ପାଇଁ  ବିଭାଗ ତରଫରୁ କୃଷି ଓ କୃଷକ ସମ୍ୱନ୍ଧୀୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ଦିବସ ପରିପ୍ରେକ୍ଷୀରେ  କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଶ୍ରୀମତୀ ସୁପାର ଠେଲା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଜିଲ୍ଲପାଳ  ଶ୍ରୀମତୀ ନିଶିପୁନମ ମିଞ୍ଜ , ହରଡଖୋଲ ସରପଞ୍ଚ ମୋହନ କର୍ମୀ, ସମିତିସଭ୍ୟ ତଥା ବିଶିଷ୍ଟ କୃଷିବିତ କରମଚାନ୍ଦ ମହାନ୍ତି, ହରଡ଼ଖୋଲ ପେକ୍ସ ସଭାପତି ରାଜକୁମାର ସୁନା ପ୍ରମୁଖ ମଂଚାସୀନ ଥିଲେ l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ର କୃଷିବୈଜ୍ଞାନିକ ଡ଼ ଶ୍ରୀନାଥ ଖଣ୍ଡାୟତ ରାୟ ,ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ହୃଷିକେଶ ଦାଶ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଅନନ୍ତ କୁମାର ପଣ୍ଡା, ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା, ଚାଷୀ  ପ୍ରତାପ ଦେହେରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏହି ଆଲୋଚନାଚକ୍ରରେ ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ଅଗ୍ରଣୀଚାଷୀ ଉପସ୍ଥିତ ଥିଲେ l ବୈଠକରେ ମୁଖ୍ୟଅତିଥି ଜିଲ୍ଲାର ଚାଷୀ ଓ ଚାଷ ରାଜ୍ୟର ଗର୍ବ ଗୌରବ ବୋଲି କହିବା ସହ ରାଜ୍ୟ  ସରକାରଙ୍କ କୃଷି ଓ ଆନୁସଙ୍ଗିକ ବିଭାଗର ପ୍ରତ୍ୟେକ ଯୋଜନାକୁ ଆପଣେଇବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଛନ୍ତି l ଜିଲ୍ଲାପାଳ ଶ୍ରୀ ଦାଶ ଜିଲ୍ଲାର କୃଷକ ମାନେ ପାରମ୍ପରିକ ଧାନ ଚାଷ ପରିବର୍ତ୍ତେ ଅଣଧାନ ଚାଷ ଏବଂ ମାଟିର ସୁରକ୍ଷା ଓ ଉର୍ବରତା ଉପରେ ଗୁରୁତ୍ୱ ଦେବା ସହିତ ଆଗାମୀ ଦିନରେ ଯୁଗୋପଯୋଗୀ ଚାଷ ଉପରେ ମନୋନିବେଶ କରି ବହୁବିଧ ଚାଷକୁ ଗୁରୁତ୍ୱ ଦେବାକୁ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ କୃଷି ଓ ଆନୁସଙ୍ଗିକ ବିଭାଗ ତଥା ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା କୃଷି ଓ କୃଷି ସମ୍ୱନ୍ଧୀୟ ଆଧୁନିକ କୃଷି ଯନ୍ତ୍ରପାତି, ସାର କୀଟନାଶକ, ଆଧୁନିକ କୃଷି ପ୍ରଣାଳୀ ପ୍ରଭୁତିର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇ ପ୍ରଦର୍ଶିତ କରାଯାଇଥିଲା l ପୁନଶ୍ଚ ଦିବସ ଅବସରରେ କୃଷି ଓ ଆନୁସଙ୍ଗିକ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ଅଗ୍ରଣୀ ପାଞ୍ଚ ଜଣ ଚାଷୀ ଶ୍ରୀମତୀ ରଶ୍ମିତା ବିଶି, ବଡ ଅଙ୍କରିଆ ଙ୍କୁ ପ୍ରାଣୀଧନକୃଷି , ଶଶୀଭୁଷଣ ସାହୁ, ବୈଦ୍ୟନାଥ ଙ୍କୁ ମସ୍ୟ କୃଷି, ଶ୍ରୀମତୀ ରିନୁ ପ୍ରଧାନ, ଅର୍ଜୁନପୁରଙ୍କୁ କୃଷି କ୍ଷେତ୍ରରେ, ଶେଷଦେବ ବଗର୍ତ୍ତୀ ଝାର କଦଳିପାଳିଙ୍କୁ ଜଳବିଭାଜିକା ପ୍ରକଳ୍ପ, ହରିଶଙ୍କର ପାଣିଗ୍ରାହୀ, ମଣିଗାଁ ଙ୍କୁ ଉଦ୍ୟାନ କୃଷିରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଅତିଥି ବୃନ୍ଦ l ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ତଥା ଗ୍ରାମ୍ୟ କୃଷି କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ l ଶ୍ରୀମତୀ ମିତାଳି ମଧୁମିତା ବିଶ୍ୱାଳ ଉପ ପ୍ରକଳ୍ପ ନିର୍ଦେଶକ ଆତ୍ମା, ବୈଠକରେ ସଂଯୋଜନା କରିଥିବା ବେଳେ ଲଳିତ କୁମାର ସାହୁ ଏ ଏ ଓ, ପ୍ରଣତି ପ୍ରଧାନ ବିଏଓ, ଆଶିଷ କୁମାର ସେଠୀ, ପ୍ରଶାନ୍ତ ସେଠୀ, ଝସକେତନ ମେହେର ପ୍ରମୁଖ ଗ୍ରାମ୍ୟ କୃଷି କର୍ମଚାରୀ, ହିମାଂଶୁ ପ୍ରଧାନ, ଅଲକ୍ଷ ନାରାୟଣ ଦାଶ ଓ ଅନ୍ୟାନ୍ୟ କୃଷି ବିଭାଗ କର୍ମଚାରୀ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like