-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
21-Apr-2023
ବଲାଙ୍ଗିର (ପ୍ରେରଣା ଖବର )
ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଓଡିଆ ସପ୍ତାହ ପାଳିତ ହୋଇଯାଇଛି । ଏହି ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ସଭାରେ ରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ , ଡେପୁଟି କଲେକ୍ଟର ହିତାଂଶୁ ଶେଖର ସାମଲ ,ସହକାରୀ ଜିଲ୍ଲାପାଳ ସୋନିଆଶ୍ରୀ ମଲ୍ଲିକ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ,ସହକାରୀ ଜିଲ୍ଲାପାଳ ଫାଳଗୁନି ଶବର ,ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲା କାର୍ଯ୍ୟ।ଳୟ ର କର୍ମଚାରୀ ମାନଙ୍କ ମଧ୍ୟରେ” ଆମ ଭାଷା ଆମ ପରିଚୟ “ବିଷୟବସ୍ତୁ ଉପରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ରେ ଜିଲ୍ଲା କାର୍ଯ୍ୟ।ଳୟ ର ଭୂ-ଅର୍ଜନ ଉପ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ଚୈତନ୍ୟ ବାଗ ପ୍ରଥମ ,ସଂସ୍ଥାପନା ଉପ –ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ପ୍ରଜ୍ଞା ପରିମିତା ଯୋଷୀ ଦ୍ଵିତୀୟ ଓ ଜରୁରୀକାଳୀନ ଉପ –ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ଜୟନ୍ତ ବେହେରା ତୃତୀୟ ସ୍ଥାନ ଅଧିକାର କରି ଅତିରିକ୍ତ ଜିଲ୍ଲାପାଳ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପାଣିଗ୍ରାହୀ ସପ୍ତାହ ପାଳନ ର ତତ୍ପର୍ଜ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସହକାରୀ ଜିଲ୍ଲାପାଳ ସୁଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟ।ଳୟ ର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।