-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
21-Apr-2023
ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)-ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଧାନ ଫସଲରେ ଅଜଣା ରୋଗ ଦେଖା ଦେଇଛି । ବିଗତ ଦିନରେ କେନାଲ ପାଣି ବନ୍ଦ ଯୋଗୁଁ ପାଣିର ଅଭାବ ଦେଖା ଦେଇଥିଲା । ଫଳରେ ଚାଷୀର ଚିନ୍ତା ବଢି ଯାଇଛି । ଧାର ଉଧାର କରି ଚାଷୀ ଅନେକ ଆଶା ନେଇ କରିଥିବା ଫସଲର ଏଭଳି ଅବସ୍ଥା ଦେଖି ଦୁଖରେ ଭାଙ୍ଗି ପଡିଛି । ଧାନ ଫସଲରେ ଫୁଲ ଦେଖା ଦେଇଛି କିନ୍ତୁ ସେଥିରେ ମଞ୍ଜି ନାହିଁ । ସବୁ ଧାନ କେଣ୍ଡାଗୁଡିକ ଫମ୍ପା ହୋଇଛି । ଏଣୁ ଆଜି ଭାରତୀୟ କିସାନ ସଂଘ ସୋନପୁର ଜିଲ୍ଲା ଶାଖା ପଣ୍ଡରାପାଲି ଗ୍ରାମର ଚାଷୀ ପ୍ରତିନିଧି ଦୀନବନ୍ଧୁ ଖମାରୀ, ପ୍ରମିତ ଖମାରୀ, ଅଧିକାରୀ ଖମାରୀ, ସୁରେନ୍ଦ୍ର ମୁଦୁଲର, ରାଜେଶ ପଧାନ ପ୍ରମୁଖ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ଶିବରାଜ ବେହେରାଙ୍କ ନେତୃତ୍ୱରେ ରାମପୁର ଅତିରିକ୍ତ ତହସିଲଦାର ସତ୍ୟଭାମା କୁଅଁରଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ଏକ ଦଳ ବିଭିନ୍ନ ଗ୍ରାମର ଚାଷୀମାନଙ୍କ ଫସଲ କିଆରିକୁ ଯାଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବୀ କରିଛନ୍ତି ।