-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
22-Mar-2023
ଲୋଇସିଂହା (ବିନୋଦ ଦୀପ )ଆଜି ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ ଲୋଇସିଂହା ବ୍ଳକ ର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣରେ ରନ୍ଧା ମଦ ଜବତ କରାଯାଇଛି l ଏଥି ସହ ମଦ ବିକ୍ରୀ ମାମଲା ରେ ସମ୍ପୃକ୍ତ ଉମାକାନ୍ତ ସାହୁ, ଲାଲମନୀ ଧାରୁଆ,ବୀଣା ପାତ୍ର, ଅଶୋକ ପୁଟେଲ ଓ ସୁରେଶ ମିର୍ଦ୍ଧା ଙ୍କୁ ଅଟକ ରଖାଯାଇଛି l ଲୋଇସିଂହା ଓ ଦୁମ୍ ଦୁମି ଗ୍ରାମରେ ଚଢାଉ କରାଯାଇ ୭୮ ଲିଟର ଦେଶୀ ମଦ ଜବତ କରାଯାଇଛି l ବଲାଙ୍ଗିର ସଦର ଅବକାରୀ ନିରୀକ୍ଷକ, ଲୋଇସିଂହା ଓ ଆଇ ସି ଓ ଲୋଇସିଂହା ଏସ୍ ଆଇ ଙ୍କ ମିଳିତ ଚଢାଉ ରେ ପ୍ରାୟ ୫ ଟି ମଦ ବିକ୍ରି ମାମଲା ଚିହ୍ନଟ କରା ଯାଇଥିଲା l