-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
22-Mar-2023
ବିନିକା(ହିମାଂଶୁ ଶେଖର ପୁଟେଲ)ସଦ୍ୟ ସମାପ୍ତ ହୋଇଥିବା ରାଜ୍ୟ ସ୍ତରୀୟ ରେଡକ୍ରସ ପ୍ରଶିକ୍ଷଣ ଶିବିରରେ ଭାଗନେଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୨ଛାତ୍ରଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣି ଥିବାରୁ କଲେଜ ରେଡକ୍ରସ ବିଭାଗ ଓ ସ୍ବେଚ୍ଛାସେବୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।ସୂଚନା ଯୋଗ୍ୟ ଯେ ସୁବର୍ଣ୍ଣପୁର ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଉମାକାନ୍ତ ନାଗଙ୍କ ନିର୍ଦ୍ଦେଶରେ ବିନିକା (ଫୁଲମୁଠି) ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପିକା ବୈଜୟନ୍ତୀ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସ୍ତରରେ ମନୋନୀତ ୮ସ୍ବେଚ୍ଛାସେବୀ ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟରେ ଆୟୋଜିତ ରାଜ୍ୟ ସ୍ତରୀୟ ରେଡକ୍ରସ ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ ।ଏଥିରେ ରାଜ୍ୟର ସମସ୍ତ ୩୧ଟି ଜିଲ୍ଲାରୁ ପ୍ରାୟ ୩୦୦ଜଣ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ ।ହେଲେ ସେମାନଙ୍କୁ ପଛରେ ପକାଇ ବିନିକା ବ୍ଲକ ଅନ୍ତର୍ଗତ ବଲାରଙ୍ଗା ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ମୁକେଶ କୁମ୍ଭାର ନୃତ୍ୟରେ ଏବଂ ଡୁଙ୍ଗୁରିପାଲି ମହାବିଦ୍ୟାଳୟର ଛାତ୍ରୀ ଟିକି ତାଣ୍ଡି ସଙ୍ଗୀତରେ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିବାରେ ସଫଳ ହୋଇଛନ୍ତି ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରମାଦେବୀ ବିଶ୍ଵ ବିଦ୍ୟାଳୟର କୁଳପତି ଡ଼ ଅପରାଜିତା ଚୌଧୁରୀ,ରାଜ୍ୟ ରେଡକ୍ରସ ସଚିବ ବିଭୂତି ଭୂଷଣ ପଟ୍ଟନାୟକ,ରାଜ୍ୟ ୟୁଥ ରେଡକ୍ରସ ଅଫିସର ଡ଼ ରମେଶ ଚନ୍ଦ୍ର ବେହେରା,ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁଙ୍କ ଉପସ୍ଥିତିରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଯୋଗଦେଇ ତୃତୀୟ ସ୍ଥାନ ଅଧିକାର କରିଥିବା ଉଭୟ ସ୍ବେଚ୍ଛାସେବୀଙ୍କୁ ମାନପତ୍ର ଓ କପ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।