-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
22-Mar-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ଵ 'ଜଳ ଦିବସ' ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ଚନ୍ଦ୍ରମଣି ବାଘ ସଭା ସଂଯୋଜନା କରିଥିଲେ। ଉକ୍ତ ସଭାରେ ଜଳର ଅଭାବରେ କେଉଁଠି ଜନଜୀବନ ପ୍ରଭାବିତ ହେଉଥିବା ବେଳେ କେଉଁଠି ଫସଳ ହାନି ହେଉଛି। ଗୋଟିଏ ବୁନ୍ଦା ଜଳର ମୂଲ୍ୟ ଅମୂଳମୂଳ। ତେଣୁ ଜଳର ସଦ ବିନିଯୋଗ କରିବା, ବୃଷ୍ଟିଜଳ ଅମଳ କରି ଜଳଭାବ ଦୂର କରିହେବ ବୋଲି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମତବ୍ୟକ୍ତ କରିଥିଲେ। ଉକ୍ତ ସଭାରେ ଶିକ୍ଷକ ଅରୁଣ କୁମାର ସିଂହ, ସୁରେନ୍ଦ୍ର ପାଢ଼ୀ,ଶମ୍ପା ବିଶ୍ଵାଳ, ପ୍ରତିମା ବାଘ,ସାଗରିକା ମହାପାତ୍ର ସମତେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷକ ପ୍ରଦୀପ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।