-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
20-Mar-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ପୁଇତଲା ଥାନା ଅନ୍ତର୍ଗତ ଆଟଗାଁ ଠାରେ ସଙ୍କୀର୍ତ୍ତନ ଦଳର ପାଣ୍ଠି ସଂଗ୍ରହକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଦେଖା ଦେଇଛି।
ପୁରୁଣା ଦଳ ର ପାଣ୍ଠି ସଂଗ୍ରହ ଖାତା କୁ ଅନ୍ୟ ଏକ ନୂଆ ସଙ୍କୀର୍ତ୍ତନ ଦଳ ଚୋରୀ କରି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାକୁ ଆତଗାଁ ମଦଭାଟି ମ୍ୟାନେଜର ଓ ସଙ୍କୀର୍ତ୍ତନ ଦଳ ପୁଇତଲା ଥାନା ର ଦ୍ବାରସ୍ଥ ହୋଇ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।
ସୂଚନା ଅନୁସାରେ ଆଠଗାଁ ର ଏକ ସଙ୍କୀର୍ତ୍ତନ ଦଳ ବହୁ ଦିନରୁ ମଦ ଭାଟି ଠାରୁ ଚାନ୍ଦା ସଂଗ୍ରହ କରୁଥିଲେ।
ହେଲେ ଚଳିତ ଥର ଗ୍ରାମରେ ଗଠନ ହୋଇଥିବା ଏକ ନୂଆ ଗୋଷ୍ଠୀ ସେହି ଖାତାକୁ ଚୋରାଇ ନେଇ ମ୍ୟାନେଜର ବିମ୍ବାଧର ସ୍ୱାଇଁ ଙ୍କ ଠାରୁ ଚାନ୍ଦା ଆଦାୟ କରିଥିଲେ।
ଏହା ଜାଣିବା ପରେ ପୁରୁଣା ସଙ୍କୀର୍ତ୍ତନ ଦଳ ମ୍ୟାନେଜର କୁ ଜଣାଇଥିଲେ । ଏନେଇ ସମସ୍ତେ ପୁଇତଲା ଥାନାର ଦ୍ୱାରସ୍ଥ ହୋଇଥିଲେ ।
ପୁଲିସ ଉପସ୍ଥିତିରେ ସେମାନେ ମାମଲାର ସମାଧାନ କରିବାକୁ ଚେଷ୍ଟା କରିଥିଲେ।