-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
20-Mar-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ ହୋଟେଲ ମୁନ ଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇ ଯାଇଛି l ଏହି ଦିବସ ରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ, ଏସପି ଅମରେଶ ପଣ୍ଡା, ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ବିଶ୍ୱ ପଖାଳ ଦିବସ ତାତ୍ପର୍ଯ୍ୟ ଉପରେ ମତ ରଖି ମିଡ଼ିଆ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସହିତ ପଖାଳ ଭାତ ଓ ଅନେକ ସୁସ୍ୱାଦୁ ଖାଦ୍ୟ ର ମଜା ନେଇଥିଲେ l ଏବଂ ବିଶେଷ କରି ପଶ୍ଚିମ ଓଡିଶା ରୁ ଆରମ୍ଭ ହୋଇଥିବା ଏହି ଟ୍ରେଣ୍ଡ ଆଜି ବିଶ୍ୱ ଦରବାର ରେ ପରିଚୟ କରିଛି ବୋଲି ମତ ରଖି ହୋଟେଲ ମୁନ ର ଏହି ଅଭିନଵ ପ୍ରୟାସ ଓ ନେଗୀ ବ୍ରଦର୍ସ ଙ୍କ ଏହି ସୁନ୍ଦର ଆୟୋଜନ କୁ ଭୁୟସୀ ପ୍ରଶଂସା କରିଥିଲେ l