-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
20-Mar-2023
ବୀରମହାରାଜପୁର/ସୁବଳୟା (ବିନୋଦ ପାଣ୍ଡେ) : ସୁବର୍ଣ୍ଣପର ଜିଲ୍ଲା ବୀରାମହାରାଜପୁର ବ୍ଲକ ଅନ୍ତର୍ଗତ କଦଳୀପାଳି ଛକ (ଏକତା ଗ୍ରୁପ)ର ସକ୍ରିୟ ସଦସ୍ୟ ଲlଲାଜୀ ବେହେରା, ଆଶିଷ ପାଣିଗ୍ରାହି ଓ ପବିତ୍ର କୁମାର କମ୍ପ ରକ୍ତଦାନ କରି ୩ ଜଣଙ୍କର ଜୀବନ ବଞ୍ଚାଇଛନ୍ତି । ଏଥିପାଇଁ ତାଙ୍କୁ ସବୁ ମହଳରୁ ପ୍ରଶଂସା କରାଯାଉଛି। ସୂଚନା ଥାଉ କି ଗତକାଲି ଶନିବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହଦା ଗ୍ରାମ ର ସେବତୀ ଭୋଇ , ତେଲିପାଲି ଗ୍ରାମର ଜଣେ ମହିଳା ଓ ବୌଦ୍ଧ ଜିଲ୍ଲା ଖରଯୁରା ଗ୍ରାମର ୨ ବର୍ଷର ଜଣେ ଶିଶୁ କୁ ରକ୍ତ ଆବଶ୍ୟକ ଥିବା ଏକତl ଗ୍ରୁପରସଦସ୍ୟ ମାନେ ଜାଣିବାକୁ ପାଇ ତୁରନ୍ତ ଡାକ୍ତରଖାନା ରେ ପହଞ୍ଚି ରକ୍ତଦାନ କରିଥିଲେ । ସାଙ୍ଗରେ ଏକତl ଗ୍ରୁପ ର ଅନ୍ୟ ସକ୍ରିୟସଦସ୍ୟ କୁନାଲ ମିଶ୍ର , ଚୈତନ୍ୟ ପଧାନ ଓ ଭକ୍ତରାମ ଆଡ ଜୁଆଳି ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଏକତା ଗ୍ରୁପ ର ସଭାପତି ତଥା ପାଣିନୀ ପ୍ରଜ୍ଞା ପ୍ରତେକ ଯୁବ ସମାଜ କୁ ରକ୍ତଦାନ ପରି ମହତ କାର୍ଯ୍ୟ ପାଇଁ ଆହ୍ୱାନ କରିଥିଲେ । ଗ୍ରୁପର ସବୁ ସଦସ୍ୟ ଜଣେ ଜଣେ ରକ୍ତଦାତା ହୋଇ ଆଗେଇ ଆସିବା ପାଇଁ ଅନୁରୋଧ କରିଥିଲେ