-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
20-Mar-2023
ବଲାଙ୍ଗିର (ଅନ୍ତର୍ଯ୍ୟାମୀ ସାହୁ ): ଲୋକ ମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ଯୋଗୁଁ ଜଙ୍ଗଲର ବହୁ ମୂଲ୍ୟବାନ ବୃକ୍ଷରାଜି ତଥା ବିରଳ ପ୍ରଜାତିର ଜୀବଜନ୍ତୁ ଲୋପ ପାଇ ଯାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ତଥା ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗତକାଲି ବଲାଙ୍ଗୀର ବନ ବିଭାଗ ତରଫରୁ ଜିଲ୍ଲା ର ଟିଟିଲାଗଡ଼, ଖପ୍ରାଖୋଲ ଓ ମୁରିବାହାଲ ବ୍ଲକ ର ବିଭିନ୍ନ ଗ୍ରାମରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତିର ମହିଳା, ପରିବେଶ ପ୍ରେମୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଧିବାସୀ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ମିଶନ ଶକ୍ତିର ମହିଳା ମାନେ ଶୋଭାଯାତ୍ରାରେ ବାହାରି ଗାଁ ଲୋକ ମାନଙ୍କୁ ଜଙ୍ଗଲ ଓ ପରିବେଶ ସୁରକ୍ଷା ସମ୍ପର୍କରେ ବୁଝାଇଥିଲେ l ତୁରେକେଲା ପଂଚାୟତ ସଭାଗୃହ ଠାରେ ଜଙ୍ଗଲ ବିଭାଗ ପକ୍ଷରୁ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସରକାରୀ ଅଧିକାରୀ ମାନେ ଶପଥ ନେଇଥିଲେ l ଏଥିରେ ତୁରେକେଲା ସରପଂଚ ଜଳନ୍ଧର ମହାକୁର ମୁଖ୍ୟ ଅତିଥି, ଜିଲ୍ଲା କାଉନସିଲ ସଭ୍ୟ କୌଶିକ ମେହେର,ଅଧ୍ୟାପକ ଅଶ୍ୱିନୀ ମେହେର, ସମାଜସେବୀ ନିଧି ସ୍ୱାଇଁ, କଂଟାବାଞ୍ଜି ରେଞ୍ଜ ଅଫିସର ଶ୍ରଦ୍ଧାଦେବ ବଡମାଲି, ବଙ୍ଗୋମୁଣ୍ଡା ରେଞ୍ଜର ଜନାର୍ଦ୍ଦନ ଠାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଲୋକଙ୍କୁ ଜଙ୍ଗଲ ସୁରକ୍ଷାର ବିଭିନ୍ନ ଦିଗ ଉପରେ ବୁଝାଇ ଥିଲେ ।