-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
02-Oct-2020
Boudh(Manoranjan Mishra) ଆଜି ତା.୦୨/୧୦/୨୦୨୦ରିଖ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବୌଦ୍ଧଗଡ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ "ମାଟିଲଗ୍ନା ସାହିତ୍ୟ ସଂସଦ" ତରଫରୁ ବୌଦ୍ଧ ଜିଲ୍ଲା ଶାଖାର ଶୁଭ ପ୍ରତିଷ୍ଠା କରାଗଲା ! ଏହି ଅବସରରେ ବୌଦ୍ଧ ଜିଲ୍ଲା ଶାଖାର କର୍ମକର୍ତ୍ତା ନିର୍ବାଚନ କରା ଯାଇ ଅଛି ! ଏଥିରେ ଉପଦେଷ୍ଟା ଭାବରେ ଶ୍ରୀମନୋରଞ୍ଜନ ମିଶ୍ର ଓ ଅଧ୍ୟାପକ ଶ୍ରୀପ୍ରତାପ କୁମାର ରଥ, ସଭାପତି ଶ୍ରୀଦେବେନ୍ଦ୍ର ମିଶ୍ର, ଉପ ସଭାପତି ଶ୍ରୀପ୍ରଦିପ କୁମାର ସାହୁ, ସମ୍ପାଦକ ଶ୍ରୀ ରମେଶ ପ୍ରସାଦ ମେହେର ସହ ସମ୍ପାଦକ ଶ୍ରୀଡମ୍ବରୁ ଧର ବେହେରା କୋଷାଧ୍ୟକ୍ଷ ଶ୍ରୀହୃଷିକେଶ ପ୍ରଧାନ ସଂଯୋଜକ ଶ୍ରୀ ଚନ୍ଦ୍ରକାନ୍ତ ନାୟକଙ୍କୁ ଦାୟୀତ୍ବ ଅର୍ପଣ କରା ଯାଇଅଛି ! ସଭାକାକ୍ଷ୍ଯ ପ୍ରାରମ୍ଭରେ ମହାତ୍ମା ଗାନ୍ଧୀ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜୋଳନ କରା ଯାଇଥିଲା ! ଶେଷରେ ଶ୍ରୀପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ !