-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
30-Dec-2022
ଲୋଇସିଂହା (ବିନୋଦ କୁମାର ଦୀପ) ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଅଗଲାପାଲି ଖେଳ ପଡ଼ିଆରେ ଜୟଦୁର୍ଗା ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ କ୍ରିକେଟ୍ ପ୍ରତିଯୋଗିତା ଅନଷ୍ଠିତ ହୋଇଥିଲା l ଉକ୍ତ ଖେଳଟି ସୋମବାର ରୁ ଶୁକ୍ରୁବାର ପାଞ୍ଚ ଦିନ ପର୍ଯ୍ୟନ୍ତ ଖେଳ ହୋଇଥିଲା, ଏଥିରେ ୧୬ ଟି ଦଳ ସାମିଲ୍ ହୋଇଥିଲେ l ରାଣିକଟା, ବେହେରାପାଲି, ପିପିର୍ଡା, ଅଗଳାପାଲି (B ଟିମ୍) , ରାମପୁର, ଛକୋରମାଲ୍, ହରିପାଲି, ସାନ୍ତପୁର, ଭାଳିଆମୁଣ୍ଡା, ବାଗବାହଲି, ଖାରି, ଉମୁରିଆ, କୁମୁଣ୍ଡେ, ଅଇଁଲାସାରି, ବାଦିବାହଲ ଅଗଲାପାଲି l ଏହା ମଧ୍ୟରୁ ଫାଇନାଲ ରେ ବାଗବାହଲି, ଶାନ୍ତପୁର୍ ପ୍ରବେଶ କରିଥିଲେ ସେଥିରୁ ବାଗବାହାଲି ପ୍ରଥମ ବେଟିଂଗ୍ କରି ଶାନ୍ତପୂର୍ କୁ 4 ଓଭର 52 ରନ୍ ଟାର୍ଗେଟ ଦେଇଥିଲେ l ଏହାସହ
ଶାନ୍ତପୂର୍ ଦଳ 4 ଓଭରରେ ମାତ୍ର 27 ରନ୍ କରି ପରାଜିତ ହୋଇଥିଲା l ସେଥିପାଇଁ ବାଗବାହାଳି ଦଳ ବଡ଼ ରନ୍ ରେ ବିଜୟ ଲାଭ କଲା l ଫାଇଲାନ ର ମେନ୍ ଅଫ ଦ ମେଜ୍ ବାଗବାହାଳି ଚନ୍ଦନ 1 ଓଭର ରେ 3 ୱିକେଟ୍ ନେଇଥିଲେ ଓ ଟୁନାମେଣ୍ଟ ରେ ଭଲ ଖେଳିଥିଲେ l ଶାନ୍ତପୁର୍ ର
ରଜତ ମେନ୍ ଅଫ ଦ ଶିରିଜ୍ ହୋଇଥିଲେ , ଖେଳ ପ୍ରତଯୋଗିତା ରେ , ବିଜୁ, କଳିଙ୍ଗ, ଯୋଗିଦ୍ର, ରଞ୍ଜିତ,ଜିତୁ, ଧିରଜ୍, ସାନନ୍ଦ, ମନିସ୍, ଇନ୍ଦ୍ର, ଜଗା, ଯୋଗ ଦାନ ଦେଇ ଥିଲେ,ଏବଂ ଅବସର ପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ହେମ୍ ସାଗର ନନ୍ଦ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚମରା ଚୁୱାନ୍, ଯୁବ ସମାଜ ସେବି ପ୍ରମୁଖ ଉପସ୍ଥିତ ଥିଲେ l