-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
30-Dec-2022
ନୟାଗଡ଼,(ପ୍ରଦୀପ କୁମାର ପଣ୍ଡା): ନୟାଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା କୋଷାଗାର ଅଧିକାରୀ ତଥା ଟ୍ରେଜେରୀ ଅଫିସର ସୁଚିତ୍ କୁମାର ସାବତ ଙ୍କ ନାମରେ ମନମୁଖୀ କାର୍ଯ୍ୟ କରୁଥିବା ନେଇ ଦୀର୍ଘଦିନ ହେଲା ଅଭିଯୋଗ ହୋଇ ଆସୁଥିଲା | ଅନେକ ସରକାରୀ କର୍ମଚାରୀ ଏବଂ ପେନସନ ଧାରି ମାନେ ସଠିକ୍ ସମୟରେ ତାଙ୍କ ଦରମା ତଥା ପେନସନ ପାଇପାରୁ ନଥିବାରୁ ଅଭିଯୋଗ ହୋଇଥିଲା | ଏପରିକି ଶିକ୍ଷକ ସଂଘ ମଧ୍ଯ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବା ସହିତ ଆନ୍ଦୋଳନ ଚେତାବନୀ ଦେଇଥିଲେ | ଅଭିଯୋଗ ଆଧାରରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଟ୍ରେଜେରୀ ଅଫିସରେ ଦିବା ୧୧ଘଟିକା ରେ ପହଞ୍ଚିବା ବେଳେ ଅଧିକାରୀ ଏବଂ କର୍ମଚାରୀ ମାନେ ଆସିନଥିଲେ | ଯାହାକୁ ନେଇ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଅଧିକାରୀ ଙ୍କୁ ତାଗିଦ୍ କରିବା ସହିତ କାରଣ ଦର୍ଶାଅ ନୋଟିସ୍ ଜାରିକରିଛନ୍ତି | କୌଣସି ପରିସ୍ଥିତିରେ ସରକାରୀ କର୍ମଚାରୀ କିମ୍ବା ପେନସନଧାରୀ ଆଗାମୀ ଦିନରେ ଯେପରି ହଇରାଣ ନହେବେ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ମହୋଦୟ |