-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
29-Dec-2022
ବଲାଙ୍ଗୀର/ପାଟଣାଗଡ଼:
ସାମ୍ନା ପଟୁ ଦୃତ ବେଗରେ ଆସୁଥିବା ବାଇକ କୁ ଦୁର୍ଘଟଣା ରୁ ରକ୍ଷା କରିବା କୁ ଯାଇ କାର ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଥିଲା। ଫଳରେ ଦୁଇ ଜଣ ଗୁରୁତର ଆହତ ଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତର ଖାନା କୁ ସ୍ଥାନାନ୍ତିତ କରାଯାଇଛି । ସୂଚନା ଅନୁଯାୟୀ, ଟିଟଲାଗଡ ସହର ର ହାଟପଦା ପଡ଼ା ନିବାସୀ ସାର୍ଥକ ମିଶ୍ର ଓ ତାଙ୍କ ସହ ଧର୍ମିଣୀ ଶ୍ରୀମତି ସୀମା ମିଶ୍ର ବୁଧବାର ଦିନ ପଦ୍ମପୁର ଏକ କାର(ଓଡ଼ି,୦୩,ଡବ୍ଲୁ୦୧୭୫)ଯୋଗେ ଯାଉଥିଲେ । ସୂଚନା ଅନୁଯାୟୀ, ପାଟଣାଗଡ଼ ନିକଟ ଗଙ୍ଗାସଗର ଗ୍ରାମ ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଏକ ବାଇକ୍ ଆସୁଥିବା ଦେଖି ତାକୁ ବଞ୍ଚାଇବାକୁ ଯାଇ ଚାଳକ କାର୍କୁ ରାସ୍ତାକଡ଼କୁ ନେଇଯାଇ ଥିଲେ। ଉକ୍ତ ରାସ୍ତା କଡରେ ଥିବା ଏକ ନାଳ ରେ କାର ଟି ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ କାର ର କାଚ ଭାଙ୍ଗି ଡ୍ରାଇଭର ଙ୍କୁ ଉଦ୍ଧାର କରିବା ସହ ଦୁଇ ଦମ୍ପତି ଙ୍କୁ ଡାକ୍ତର ଖାନା ନେଇ ଥିଲେ । ଡ଼ାକ୍ତର ସାର୍ଥକ ମିଶ୍ର ଓ ତାଙ୍କ ସ୍ତ୍ରୀ ସୀମା ମିଶ୍ର ଙ୍କୁ ଗୁରୁତର ଆହତ ହୋଇଥିବା ଯୋଗୁଁ ବଲାଙ୍ଗୀର ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି।