-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
28-Dec-2022
ଏକଥା ଆପଣ ମାନଙ୍କୁ ଜଣେଇବା ର କାରଣ ହେଲା ଏମିତି ବି ଯୁବକ ଅଛନ୍ତି ଯେଉଁ ମାନେ କି ଉଚ୍ଚ ଶିକ୍ଷିତ ହୋଇମଧ୍ଯ, ଗାଁ ବାହାରେ ଅବସ୍ଥାନ କରି, ଭୁଲି ପାରି ନାହାଁନ୍ତି ତାଙ୍କ ଗାଁ ମାଟିର ମୋହକୁ.ନିଜ ରୋଜଗାର ର କିଛି ଅଂଶ କୁ ଖର୍ଚ୍ଚ କରୁଛନ୍ତି ଗାଁର ବିକାଶ ଓ ଉନ୍ନତି ଦିଗରେ.
ଏ କଥା ଆମେ କହୁନୁ ଏକଥା କହିଛନ୍ତି ଗ୍ରାମ ବାସୀ ମାନେ. ସାଲେପୁର ବ୍ଲକ ଅନ୍ତର୍ଗତ ଓଡ଼ାସିଂ ଗ୍ରାମ ପଞ୍ଚାୟତ ର କଟିକଟା ଗାଁ ର ଦୁଇ ଉଦୀୟମାନ ଯୁବକ ବ୍ୟତିକ୍ରମ ପ୍ରହରାଜ ଓ ଅରବିନ୍ଦ ପ୍ରହରାଜ.
ବ୍ୟତିକ୍ରମ ପ୍ରହରାଜ ରାଜ୍ୟ ରାଜଧାନୀ ଭୁବନେଶ୍ଵର ରେ ସୁନାମ ଧନ୍ୟ କଲେଜ ବେଶିକ ସାଇନ୍ସ କଲେଜ୍ ର ଅଧ୍ୟାପକ ଓ ଅରବିନ୍ଦ ହେଉଛନ୍ତି ରାଜ୍ୟ ବାହାରେ କାର୍ଯ୍ୟ କରୁ ଥିବା ସୂଚନା ପ୍ରଯୁକ୍ତି ବିଦ୍ୟା ର ଜଣେ ବରିଷ୍ଠ ଅଧିକାରୀ. ଏମିତି ବି
ଦେଖିବାକୁ ଗଲେ ସେମାନେ ହେଉଛନ୍ତି ଦୁଇ ଭାଇ.
ସହର ରେ ରହି ଟିକେ ଫୁରସତ ମିଳିଲେ ଦୌଡ଼ି ଯାଆନ୍ତି ଗାଁ କୁ. ଆଉ ଦୁଇ ଭାଇ ଙ୍କର ଗାଁ କୁ ନେଇ ଅନେକ ସ୍ବପ୍ନ.
ଗାଁ ରେ ସାପ କାମୁଡ଼ା ରେ ଅନେକ ଲୋକ ମୃତ୍ୟୁ ମୁଖ ରେ ପଡ଼ିବା ପରେଅନ୍ଧାର ରେ ବୁଡି ରହୁଥିବା ଗାଁ କୁ ଆଲୋକିତ କରିଛନ୍ତି. ଗ୍ରାମ ରେ ଉଜ୍ୱଳ ଆଲୋକ ର ବ୍ୟବସ୍ଥା ସହ ଗାଁ ପରିବେଶ କେମିତି ସଫା ସୁତୁରା ରହିବ ଓ ତା ସହିତବିଭିନ୍ନ ଗଛ ଲଗେଇ ପରିବେଶ କୁସ୍ୱଚ୍ଛ ସୁନ୍ଦର କରିବା, ଏକ ନିଶାରେ ପରିଣତ ହୋଇଯାଇଛି.
ଟଙ୍କା ପଦବୀ କ୍ଷମତା ପଛରେ ଗୋଡାଉ ଥିବା ଯୁବ ବର୍ଗ ଙ୍କ ପାଇଁ ସେମାନେପାଲଟି ଛନ୍ତି ଅନନ୍ୟ ଉଦାହରଣ.
ଗ୍ରାମ ବାସୀ ଙ୍କ କହିବା ମୁତାବକ ତାଙ୍କ ଜେଜେ ବୈଷ୍ଣବ ଚରଣ ପ୍ରହରାଜ ଜଣେ ସମାଜ ସେବୀ ଓ ଟାଣୁଆ ରାଜ ନେତା ଥିଲେ. ଏ ଅଞ୍ଚଳ ରେ ତାଙ୍କର ଅନେକ ସୁନାମ ଥିଲା ତାଙ୍କର ପ୍ରେରଣା ଓ ଚିନ୍ତା ଧାରା ଆଜି ନାତି ବ୍ୟତିକ୍ରମ ଓ ଅରବିନ୍ଦ ଙ୍କୁ ଗାଁ କୁ ଭିଡ଼ି ନେଇଛି.
ବାସ୍ତବିକ୍ ବ୍ୟତିକ୍ରମ ଙ୍କ ପ୍ରୟାସ ଓ ଅରବିନ୍ଦ ଙ୍କ ନିଆରା ପରିକଳ୍ପନା ସେ ଦୁହିଁଙ୍କୁ ଅନ୍ୟ ମାନଙ୍କ ଠୁ ଭିନ୍ନ କରିଛି.
ମୋଟା ଆଙ୍କର ଦରମା ଉଚ୍ଚ ପଦବୀ ମଣିଷ କୁ ନିଆରା କରି ପାରେ ନାହିଁ. ମଣିଷ କୁ ନିଆରା କରିପାରେ ତାର ଭିନ୍ନ ଚିନ୍ତାଧାରା ଓ ଦୂରଦୃଷ୍ଟି
ଏ ମାନେ କଣ ଅନ୍ୟ ଯୁବକ ପାଇଁ ଉଦାହରଣ ନୁହେଁ କି
(ନାରାୟଣ ଭୂୟାଁ ଙ୍କ ରିପୋର୍ଟ)