-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
28-Dec-2022
ନୟାଗଡ,(ପ୍ରଦୀପ କୁମାର ପଣ୍ଡା): ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ର ଫଳାଫଳ ପ୍ରକାଶ ପାଇଛି | ଗଣିଆ ବ୍ଲକର ତୃତୀୟ ଏବଂ ପଞ୍ଚମ ଶ୍ରେଣୀର ୧୪ ଜଣ ଲେଖାଏଁ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି | ଗଣିଆ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ସାଧନା ପ୍ରତିଷ୍ଠାନର ତୃତୀୟ ଶ୍ରେଣୀର ଦିପ୍ତେସ କୁମାର ସାହୁ ସମୁଦାୟ ୬୫ମାର୍କ ରଖି ସପ୍ତମ ସ୍ଥାନ ଅଧିକାର କରିଥିବା
ବେଳେ ପଞ୍ଚମ ଶ୍ରେଣୀର ଆଦିତ୍ୟ ନାରାୟଣ ସାହୁ ସମୁଦାୟ ୭୧ମାର୍କ ରଖି ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି | ଉଭୟ ଛାତ୍ର ଙ୍କ ବ୍ଲକସ୍ତରୀୟ ସଫଳତା ପାଇଁ ଅଧ୍ୟକ୍ଷ ଦେବୀ ପ୍ରସାଦ ଦାଶ କୃତଜ୍ଞତା ଜ୍ଞାପନ କରିଛନ୍ତି | କୃତିତ୍ୱର ଶ୍ରେୟ ପିତାମାତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଈଛନ୍ତି ଉଭୟ କୃତି ଛାତ୍ର | ଶିକ୍ଷକଶିକ୍ଷୟିତ୍ରୀଙ୍କ ଅପେକ୍ଷା ପିତାମାତା ମାନେ ନିଜ ସନ୍ତାନ ଙ୍କ ଶିକ୍ଷାକୁ ଗୁରୁତ୍ଵ ଦେଲେ ବିଦ୍ୟାର୍ଥିଙ୍କ ଉନ୍ନତି ଶିଖର ଛୁଇଁବ ବୋଲି କହିଛନ୍ତି ଦେବୀ ପ୍ରସାଦ |