-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
28-Dec-2022
ନାକଟିଦେଉଳ (କନ୍ଦର୍ପ ବେହେରା)
ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ବାଟଗାଁ ଠାରେ ଭଲିବଲ୍ କମ୍ପ୍ଲେକ୍ସ ଆନୁକୂଲ୍ୟରେ ଶ୍ରୀ ଶରତ କୁମାର୍ ପ୍ରଧାନ ଓ ଶ୍ରୀ ସତ୍ୟବ୍ରତ ସେଠି ଙ୍କର ପରିଚାଳନା ରେ ଦିବାରାତ୍ର ଭଲିଵଲ୍ ଟୁର୍ଣ୍ଣାମେଣ୍ଟ୍ ଆୟୋଜିତ ହୋଇଥିଲା । ଏହି କ୍ରୀଡା ସମାବେଶରେ ରାଉରକେଲା ର ରାଇଜିଙ୍ଗ୍ କ୍ଲବ୍ କେ ଭି ସି,ଭୁବନେଶ୍ବର ହଷ୍ଟେଲ, ବରଗଡ଼, ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ,ଓଡିଶା ପୁଲିସ୍ ଓ ନୟାଗଡ ଟିମ୍ ଭାଗ ନେଇ ଥିଲେ ।ଏହି ଟୁର୍ଣ୍ଣାମେଣ୍ଟ୍ ରେ ଆକାଶ ସାହୁ, ରୋଶନ୍ ସାହୁ ଓ ମନୋରଞ୍ଜନ ପଣ୍ଡା ରେଫରି ଭାବେ ଖେଳ ପରିଚାଳନା କରିଥିଲେ । ଫାଇନଲ୍ ଖେଳରେ ରାଇଜିଙ୍ଗ୍ କ୍ଲବ୍ ରାଉରକେଲା ଭୁଵନେଶ୍ବର ହଷ୍ଟେଲ୍ କୁ ୨.୦ ରେ ପରାଜିତ କରି ଚମ୍ପିୟାନ୍ ଭାବେ ଘୋଷିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ତଥା ପୁର୍ବତନ ବ୍ଲକ୍ ଚେୟାରମ୍ୟାନ ଶ୍ରୀ ସୁଦର୍ଶନ ସାହୁ, ଯୁବନେତା ଆସଫ୍ ଅଲ୍ଲୀ ଖାନ୍, ବାଟଗାଁ କଲେଜ ର ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରଫୁଲ୍ଲ ପ୍ରଧାନ, ସମାଜସେବୀ ଶଙ୍କର ଵେହେରା, ସମିତି ସଭ୍ୟ ପ୍ରଵୀଣ ପ୍ରଧାନ ଓ ଇଂରାଜୀ ଅଧ୍ୟାପକ ଶ୍ରୀ ଅନୀଲ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ । ଏହି ଉସତ୍ସବ ରେ ଗ୍ରାମବାସୀ, ଜନ ପ୍ରତିନିଧି ଗଣ ଓ ଵିଭିନ୍ନ ଅନୁଷ୍ଠାନ ର ଖେଳ ଶିକ୍ଷକ ମାନେ ସହଯୋଗ କରିଥିଲେ ।