-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
28-Dec-2022
ନାକଟିଦେଉଳ (କନ୍ଦର୍ପ ବେହେରା)
ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ କିସିଣ୍ଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠାନ ର କ୍ରୀଡା ଶିକ୍ଷକ ସୁରେଶ ଚନ୍ଦ୍ର ପାତ୍ରଙ୍କର ପରିଚାଳନା ରେ ଵିଭିନ୍ନ ଖେଳକୁଦ ରେ ୧୪୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।ବାଳକ ବର୍ଗରେ ୨ୟ ଵର୍ଷ ର ଛାତ୍ର ଜୟମାସୀ ଲୁଗୁନ୍ ଓ ବାଳିକା ବର୍ଗ ରେ +୨ ୨ୟ ଵର୍ଷ ଛାତ୍ରୀ ବସୁମତୀ ଭୋଇ ଚମ୍ପିୟାନ୍ ଘୋଷିତ ହୋଇ ଥିଲେ। ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ଶ୍ରୀ ପଵିତ୍ର ମୋହନ ବେହେରା ଙ୍କର ସଭାପତିତ୍ଵ ରେ ଅନୁଷ୍ଠିତ ଉଦଯାପନୀ ସଭାରେ ଅଧ୍ୟକ୍ଷା ସୁଶ୍ରୀତା ଭୋଇ ପ୍ରାରମ୍ଭିକ ସୂଚନା ଦେଇଥିବା ଵେଳେ ଅଧ୍ୟାପକ କୌଷିକ ପ୍ରଧାନ୍ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ବିଡ଼ିଓ ଶ୍ରୀ ବିବେକାନନ୍ଦ ସାହୁ, ସମ୍ମାନୀତ ଅତିଥି ଭାବରେ ଦର୍ଶନୀ ଷଣ୍ଢ, ରମାକାନ୍ତ ପ୍ରଧାନ, ସ୍ଥାନୀୟ ସରପଞ୍ଚ ରୀନା ନାୟକ ଓ ସମିତି ସଭ୍ୟା ଯାଜ୍ଞସେନୀ କୁଅଁର ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।