-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
24-Dec-2022
ସୁବର୍ଣ୍ଣପୁର - ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ଏସ ବି ଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି କେନ୍ଦ୍ର ଠାରେ ସକାଳ 6 ଟା ରେ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ନେଉଥିବା ମହିଳା ମାନଙ୍କ ଦ୍ୱାରା ତୁଳସୀ ପୂଜନ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରତି ବର୍ଷ ଏହି ଦିନରେ ହିନ୍ଦୁ ମହିଳା ମାନେ ତୁଳସୀ ଗଛ କୁ ସାମୁହିକ ଭାବେ ପୂଜନ କରି ସାରା ରାଜ୍ୟ ତଥା ଦେଶ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାନ୍ତି l ଏବଂ ହିନ୍ଦୁ ସଂସ୍କୃତି ପରମ୍ପରା ଉପରେ ମହିଳା ସମାଜ ଜାଗ୍ରତ କରିଥାନ୍ତି l ଆମ
ପୁରାଣ ପଦ୍ଧତି ରେ ଉଲ୍ଲେଖ ଅଛି ଯେ ଜରାସନ୍ଧ ଙ୍କ ସ୍ତ୍ରୀ ବୃନ୍ଦାବତୀ ପ୍ରଭୁ ବିଷ୍ଣୁ ଙ୍କ ଜଣେ ପରମ ଭକ୍ତ ଥିଲେ । ସେଥିପାଇଁ ତୁଳସୀ ଗଛ କୁ ଯୁଗେ ଯୁଗେ ଘରେ ଘରେ ପୂଜା କରାଯାଉଛି l ତୁଳସୀ ଗଛ ର ପ୍ରତି ଅଙ୍ଗ ରେ ଔଷଧିୟ ଗୁଣ ଭରପୁର ଥିବାରୁ ଏହା କ୍ୟାନସର , ଥଣ୍ଡା ଜନିତ ରୋଗ ରେ ପତ୍ର ର ବହୁଳ ବ୍ୟବହାର ହୁଏ l ଓ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା କୁ ଠିକ୍ କରିବାରେ ସହାୟତା କରିଥାଏ । ଆଜି ର ଏହି କାର୍ଯ୍ୟକ୍ରମ ରେ ସ୍ୱଚ୍ଛ ଭାରତ ର ବରିଷ୍ଠ କର୍ମକର୍ତ୍ତା ତଥା ସମାଜସେବୀ କୃଷ୍ଣ ଚନ୍ଦ୍ର ବିଶି, ମନୋଜ ପଣ୍ଡା, ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଏହି ଦିବସ ପାଳନ ଉପରେ ମତ ରଖି ମହିଳା ମାନଙ୍କୁ ଶୁଭ କାମନା ଜଣାଇ ଉତ୍ସାହିତ କରିଥିଲେ l ଏବଂ ପ୍ରତି ଗାଁ ରେ ଘରେ ଘରେ ଏହାର ପ୍ରଚାର ପ୍ରସାର କରିବାକୁ ପରାମର୍ଶ କରିଥିଲେ l