-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
23-Dec-2022
ଫୁଲବାଣୀ (ଅନନ୍ତ କହଁର) ଚଳିତ ବର୍ଷ ୨୦୨୨ ଆନ୍ଧ୍ରପ୍ରଦେଶର ଗୁଣ୍ଠୁର୍ ସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ତୃତୀୟ ସର୍ବଭାରତୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ,ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ତରଫରୁ ଆୟୋଜିତ ଜାତୀୟ ଜୁନିଅର ଚେସ୍ କ୍ରୀଡା ପ୍ରତିଯୋଗିତାରେ କନ୍ଧମାଳ ପୁଅ ଆଦ୍ୟସିଂହ କହଁର ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି । ସେ ଜିଲ୍ଲାସ୍ତରୀୟରୁ ରାଜ୍ୟସ୍ତରୀୟ ଜୁନିଅର ଚେସ୍ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ପରେ ଜାତୀୟସ୍ତରକୁ ଉନ୍ନୀତ ହୋଇଥିଲେ ।ଜାତୀୟସ୍ତରର ପ୍ରତିଯୋଗିତା ୧୭ ଡିସେମ୍ବର ୨୦୨୨ ଠାରୁ ଆରମ୍ଭ ହୋଇ ତା- ୨୨.୨୨.୨୦୨୨ରିଖ ପର୍ଯ୍ୟନ୍ତ ଜାତୀୟସ୍ତରୀୟ ଫାଇନାଲ୍ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ସର୍ବଭାରତୀୟ ଜୁନିଅର ଚେସ୍ ପ୍ରତିଯୋଗିତାରେ ଆଦ୍ୟସିଂହ କହଁର ତୃତୀୟ ସ୍ଥାନ ଅଧିକାର କରି ଆମ କନ୍ଧମାଳ ଜିଲ୍ଲା ତଥା ଓଡିଶାର ଗୌରବ ଆଣି ପାରିଛନ୍ତି ।ସେ ବାଲିଗୁଡା ଉପଖଣ୍ଡ ମହାସିଙ୍ଗି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଅଟନ୍ତି ।ତାଙ୍କର ଫୁଲବାଣୀ ବ୍ଲକ ଦଡକୀ ପଞ୍ଚାୟତ ସ୍ଥିତ ରାମାଡି ଗ୍ରାମ ଅଟେ ।ଆଦ୍ୟସିଂହଙ୍କ ପିତା ପ୍ରଦୀପ କହଁର ମାତା ଭଗବତୀ ପ୍ରଧାନ ଅଟନ୍ତି । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଆଦ୍ୟସିଂହ ବ୍ରୋଞ୍ଜ୍ ପଦକ ହାସଲ କରିଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷ ଡଃ.ସାଇରାମ ପାତ୍ର, କୋଚ୍ ଶିଶିର ସାମଲ ସମେତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ତା'ଙ୍କ ବାପା,ମା' ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।