-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
23-Dec-2022
ବରଗଡ଼(ନିରଂଜନ ତ୍ରିପାଠୀ) ବିକାଶ ଡିଗ୍ରୀ କଲେଜ ଆନୁକୁଲ୍ୟରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ୍ର ଡାଇରେକ୍ଟର ତଥା କଲେଜର ଅଧ୍ୟକ୍ଷ ଡ.ସମରେନ୍ଦ୍ର ନାଥ ପଣ୍ଡା, ଉପାଧ୍ୟକ୍ଷ ଶ୍ରୀ ଆର୍.ଏସ୍.ଭି. କ୍ରୀଷ୍ଣା, ବିକାଶ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଅଧ୍ୟକ୍ଷ ଇଂ.ଅଜୟ କୁମାର ମହାପାତ୍ର, ଉପାଧ୍ୟକ୍ଷ ଡ.ପୂର୍ଣ୍ଣେନ୍ଦୁ ମିଶ୍ର ଏବଂ ଗଣିତ ବିଭାଗର ଅଧ୍ୟାପକମାନେ ଯୋଗଦାନ କରିଥିଲେ । ପ୍ରଥମେ ରାମାନୁଜମଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିବାବେଳେ ରାମାନୁଜନଙ୍କ ଏକ ପ୍ରେରଣାମୂଳକ ଭିଡିଓ ମଧ୍ୟ ଉପସ୍ଥାପନା କରାଯାଇଥିଲା । ଏହି ସଭାକୁ ସମ୍ବୋଧନ କରି ଡ.ସମରେନ୍ଦ୍ର ନାଥ ପଣ୍ଡା କହିଥିଲେ ଯେ, ଗଣିତ ବିଷୟ କିପରି ଛାତ୍ର ଜୀବନରେ ଏକ ନିର୍ଦ୍ଦିଷ୍ଟ ଭୂମିକା ଅବଲମ୍ବନ କରିଥାଏ ଏବଂ ସାଂପ୍ରତିକ ସମୟରେ ଏହି ବିଷୟର ଭୂମିକା ଦିନକୁଦିନ ଏକ ନୂତନ ସମୀକରଣକୁ ଏକ ନୂଆ ପ୍ରକ୍ରିୟାରେ ଅବଲୋକନ କରୁଛି । ପରବର୍ତୀ ପର୍ଯ୍ୟାୟରେ ଗଣିତ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କେକ୍ କଟିଂ ମଧ୍ୟ କରାଯାଇଥିଲା । ଗଣିତ ଅଧ୍ୟାପକ ଶ୍ରୀ ଆଦିତ୍ୟ ପ୍ରଧାନ ପରିଚାଳନା କରିବା ସଙ୍ଗେସଙ୍ଗେ ଧନ୍ୟବାଦ ଜ୍ଞାପନ କରିଥିଲେ ।