-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
02-Oct-2020
ବଲାଙ୍ଗିର,୨ା୧୦-ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଗାନ୍ଧୀଜୀ ଅନେକ କାର୍ଯ୍ୟ କରିଥିଲେ । ୧୯୦୫ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହେନ୍ସ ବର୍ଗ ଠାରେ ଭାରତୀୟଙ୍କୁ ପ୍ଲେଗ ରୋଗରୁ ରକ୍ଷା କରିବା ପାଇଁ ସେ ଜଣେ ସେବକ ଭାବେ କାର୍ଯ୍ୟ କରିଥିଲେ । ସେଠାକାର ପ୍ରଶାସନ ଏବଂ ରୋଗଗ୍ରସ୍ଥଙ୍କ ମଧ୍ୟରେ ସମ୍ପର୍କର ସେତୁ ଥିଲେ ଗାନ୍ଧୀ । ସେ ଯେଉଁ ଦର୍ଶନ ଦେଇଛନ୍ତି ସମଗ୍ର ପୃଥିବୀ ବାସୀ ଗ୍ରହଣ କରିଛନ୍ତି ଏବଂ ତାଙ୍କର ଦର୍ଶନ ଯୁଗପୋଯୋଗୀ ଭାବେ ଗ୍ରହଣୀୟ ହେବ । ଆଜିର କରୋନା ମହାମାରୀ ସମୟରେ ଜନସାଧାରଣ କରୋନା ରୋଗୀ ଏବଂ ପ୍ରଶାସନ ମଧ୍ୟରେ ସେତୁ ହେବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।
ସ୍ଥାନୀୟ ଭାଗିରଥୀ ଛକ ସ୍ଥିତ ଗାନ୍ଧିଙ୍କ ପ୍ରତିମୂର୍ତ୍ତୀ ଠାରେ ଗାନ୍ଧି ସ୍ମୃତି କମିଟି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୫୧ ତମ ଜୟନ୍ତୀ ପାଳିତ ହୋଇଥିଲା । ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ଅରୁଣ କୁମାର ମିଶ୍ର,ନାଗରିକ କମିଟିର ସମ୍ପାଦକ ବିଷ୍ଣୁ ପ୍ରସାଦ କେଡିଆ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ସଂଦୀପ କୂଅଁର,ବିଭୁ କଲ୍ୟାଣ ଗଡତ୍ୟା, ମନୋରଂଜନ ପୁରୋହିତ,ବ୍ୟଙ୍ଗ କବି ଅର୍ଜୁନ କୁମାର ସାହୁ, ରାମ ନାରାୟଣ ଦାଶ,ସଂଜୟ ଷଡଙ୍ଗୀ,ନିରୋଜ ମିଶ୍ର,ଗୋବିନ୍ଦ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀଙ୍କ ପ୍ରତିମୂତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ମୃତି କମିଟିର ଆବାହାକ ପ୍ରଶାନ୍ତ ମହାକୁର ସଭା ପରିଚାଳାନା କରିଥିବା ବେଳେ ଶେଷରେ ୟୁଥ ଏକ୍ସନ କମିଟିର ସଭାପତି ବିନୋଦ କୁମାର କାଲସାଏ ଧନ୍ୟବାଦ ଦେଇଥିଲେ ।