-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
26-Aug-2022
ବାଇକ୍ରେ ଯଉଥିବା ସମୟରେ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତାରେ ପଡିଯାଇଥିଲା ଏବଂ ବାଇକ୍ ଚାଳକ ଏଥିରେ ଗୁରୁତର ଆହାତ ହୋଇ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏପରି କିଛି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ବିଷ୍ଣୁମୁଣ୍ଡା ନିକଟରେ । ସୂଚନାରୁ ପ୍ରକାଶ ଯେ ଦେଓଗାଁ ବ୍ଲକ ବଗଡାର ଅଜିତ କୁମାର ନାଗ(୫୨) ନାମକ ଜଣେ ବ୍ୟକ୍ତି ଆଜି ସଂଧ୍ୟାରେ ବଗଡାରୁ ବଲାଙ୍ଗୀର ପଟକୁ ଯାଉଥିବା ସମୟରେ ବିଷ୍ଣୁମୁଣ୍ଡାର ପୁଡାପାଲି ନିକଟରେ ଦୃତ ଗତିରେ ଯଉଥିବା ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତାରେ ଢ଼ଳି ପଡିଥିଲା । ଏହି ର୍ଦୁଘଟଣାରେ ଅଜିତ ଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ଅଜିତ ବର୍ତ୍ତମାନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ସର୍ଜରି ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।