-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Aug-2022
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗିର ହାତୀଶାଳ ପଡା ଫରେଷ୍ଟ କଲୋନୀରେ ପଡିଛି ରଂଗମିସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଶବ । ମୃତ ରଂଗମିସ୍ତ୍ରୀ ଜଣକ ଠିକାଦାର ପଡାର ଅଭି ହାତୀ ବୋଲି ଜଣାପଡିଛି । ଫରେଷ୍ଟ
କଲୋନୀର ଚାରି ମହଲା କୋଠା ନିକଟରେ ମୁହଁ ମାଡିକି ପଡିଥିବା ଅବସ୍ଥାରେ ଶବ ପଡିରହିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ ପଡିଥିବାରୁ ପରିବାର ଲୋକେ ହତ୍ୟା ସନ୍ଦେହ କରୁଛନ୍ତି । ଟାଉନ ପୋଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଜାରୀ ରଖିଛି । ଟାଉନ ଥାନା ଅଧିକାରିଣୀ ପ୍ରିୟଙ୍କା ରାଉତରାୟ ଘଟଣାସ୍ଥଳରେ ପହଚିଂ ଛାନଭିନ ଜାରି ରଖିଛନ୍ତି ।