-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
25-Aug-2022
ଆଜି ସୋନପୁର ଘୋଡ଼ାଘାଟ ପଡା ର କଲେଜ ଅବସର କର୍ମଚାରୀ ନିରଞ୍ଜନ ନାଏକ ଓ ସ୍ୱଚ୍ଛ ଭାରତ, ପଏଁରୀ ର ସକ୍ରିୟ ସଭ୍ୟ ପ୍ରଫୁଲ୍ଲ ନାଏକ ଙ୍କ ମାତା ଶ୍ରୀମତୀ ଗୁରୁବାରୀ ନାଏକ ( ୯୮) ଙ୍କ ୪.୩୭ ମିନିଟ ରେ ଦେହାନ୍ତ ଘଟିଥିବାରୁ ସହର ରେ ଶୋକ ର ଛାୟା ଖେଳିଯାଇଛି l ସ୍ବର୍ଗୀୟ ନାଏକ ଜଣେ ଧର୍ମ ପରାୟଣ, ଓ ମେଳାପୀ ମହିଳା ଥିବା ବେଳେ ସାହି ର ଆଧ୍ୟାତ୍ମିକ, ସାମାଜିକ କାର୍ଯ୍ୟ ରେ ସକ୍ରିୟ ସାମିଲ ରହିଆସୁଥିଲେ l ସ୍ବର୍ଗୀୟ ନାଏକଙ୍କ ମର ଶରୀର କୁ ଆଜି ସନ୍ଧ୍ୟା ରେ ସ୍ଥାନୀୟ ଗୋକୋନେ ଶ୍ୱର ସ୍ମଶାନ ଘାଟ ରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଯାଦବ ସମାଜ ର ସଭାପତି ଜୟକୃଷ୍ଣ ଜାଲ, ବରିଷ୍ଠ ସଭ୍ୟ ମନବୋଧ ଭୋଇ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ସ୍ଵଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ, ପଏଁରୀ ସଭାପତି ଲଡ଼ୁ କିଶୋର ମଲ୍ଲିକ, ସାମ୍ବାଦିକ ସନ୍ତୋଷ ମିଶ୍ର, କଲେଜ କର୍ମଚାରୀ ଦୁର୍ୟୋନୀ ସାହୁ, ସୁଶୀଳ ପରଡିଆ, ହରିଶଙ୍କର ମିଶ୍ର, ବଣିକ ସଂଘ ର ସମ୍ପାଦକ ସତ୍ୟ ନାରାୟଣ ରାଓ, ସଭାପତି ରାମକୃଷ୍ଣ ମେହେର, ପ୍ରମୁଖ ସହର ର ବହୁ ଜଣା ଶୁଣା ଲୋକେ ସ୍ବର୍ଗୀୟ ନାଏକଙ୍କ ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ l