-+91-9937148622 |
prerana_bgr@rediffmail.com |
Thursday 2nd July 2026 |
R.N.I. Regd No. ODIODI/2010/46693
Breaking News
26-May-2022
ବଲାଙ୍ଗିର,(ପ୍ରେରଣା ଖବର)ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଜିଲ୍ଲା ଟିକା ଭଣ୍ଡାରର ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଯାଇଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ନୂତନ ପ୍ରକାର ଭୂତାଣୁ ଜନିତ ରୋଗର ପାର୍ଦୁଭାବ ଯୋଗୁଁ ପ୍ରତ୍ୟେକ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଭିନ୍ନ ପ୍ରତିଷେଧକ ଟିକା ଗୁଡିକୁ ଠିକ୍ ହିସାବରେ ମହଜୁଦ ରଖିବା ପାଇଁ ଜିଲ୍ଲାସ୍ତରୀୟ ଟୀକ।। ଭଣ୍ଡାର ଗୁଡିକ ନିର୍ମିତ ହୋଇଛି । ଦରକାର ସ୍ଥଳେ ଏହି ଟିକା ଭଣ୍ଡାର ଜିଲ୍ଲା ଭିତରେ ଥିବା ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଅନ୍ୟ ଡାକ୍ତରଖାନାମାନଙ୍କୁ ଆବଶ୍ୟକତା ଅନୁଯାୟୀ
ପଠାଯିବ । ଆଜି ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ହେଇଥିବା ଏହି ଟୀକ।। ଭଣ୍ଡାର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମିଶ୍ର ଏହାର ଉଦ୍ଘାଟନ କରିଥିବା ବେଳେ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ ଏବଂ ଭୀମ ଭୋଇ ମେଡିକାଲ କଲେଜ ଅଧ୍ୟକ୍ଷ ମହେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ମିଶ୍ର ମେଡିକାଲ କଲେଜ ହସ୍ପିଟାଲର ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଡାକ୍ତରମାନେ ଠିକ୍ ହିସାବରେ ହେଡ୍ କ୍ୱାଟରରେ ଉପସ୍ଥିତ ରହୁଛନ୍ତି ନା ନାହିଁ ପଚାରି ବୁଝିଥିଲେ । ଏଠାରେ କିଡନି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଡାଏଲେସିସ୍ ସମୟରେ ଅନଭିଜ୍ଞ କର୍ମଚାରୀମାନଙ୍କ ଯୋଗୁଁ କିଡନି ରୋଗୀମାନେ ସୁରକ୍ଷିତ ମଣୁ ନାହାନ୍ତି । ଅନେକ
ସମୟରେ ଡାଏଲେସିସ ଚାଲିଥିବା ସମୟରେ ରୋଗୀମାନେ ଭୟଭିତ ହୋଇଯାଉଛନ୍ତି । ତେଣୁ ଏଠାରୁ ଅନ୍ୟତ୍ର ପଠେଇ ଦିଆଯାଇଥିବା ଡାଏଲେସିସ ଟେକ୍ନିୟନମାନଙ୍କୁ ତୁରନ୍ତ ଏଠାକୁ ଫେରାଇ ଆଣିବା ବନ୍ଦୋବସ୍ତ କରିବା ପାଇଁ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ମନିଷ ମିଶ୍ର, ପୁର୍ତ୍ତ ବିଭାଗ ପ୍ରତିନିଧି ଜୁଲୁ ପଟ୍ଟନାୟକ, ପୁର୍ତ୍ତ ନିର୍ବାହୀ ଯନ୍ତ୍ରୀ ଜୟନ୍ତ ନାୟକ, ଏସ୍ଡିଓ ଶ୍ରୀ ଜେନା, କନିଷ୍ଠ ଯନ୍ତ୍ରୀ କୋକନ ସିଂହ, ଉମାଶଙ୍କର ପଣ୍ଡା, ଅସୀତ ମିଶ୍ର, ସାନନ୍ଦ ମିଶ୍ର, ମାନସ ମହାନ୍ତି, ଅନ୍ତ ବେହେରା, ଜୟ ନାରାୟଣ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।