-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
ପାଟଣାଗଡ଼ (ପ୍ରେରଣା ଖବର) ସରକାର ବାହାଦୁର ବିକାଶ ର ଡିମଡିମି ଦେଉଥିବା ବେଳେ ତାହା କେତେ ଯେ କାର୍ଯ୍ୟକାରୀ ହେଉଛି ଆକଲନ କଲେ ଆପଣ ମାନେ ଜାଣି ପାରିବେ। ଆଜି ବି ଜଣାଶୁଣା ସହର ମାନଙ୍କ ରାସ୍ତା ଗୁଡିକରେ ବିପଦ ସଙ୍କୁଳ ରେ ଅଛି। ସୂଚନାଯୋଗ୍ୟ ଯେ ବଲାଙ୍ଗିର ଓ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ବେଲପଡା ସହର ର ମାଲିମୁଣ୍ଡା ଆଗରେ ଥିବା ପୋଳ। ସେହି ରାସ୍ତା ଦେଇ ଦୈନିକ ହଜାର ହଜାର ଦୁଇ ଚକିଆ ରୁ ଆରମ୍ଭ କରି ଷୋହଳ ଚକିଆ ଯାନବାହନ ଯାତାୟତ କରୁଛି। ଏହି ରାସ୍ତା ଉପରେ ଚତୁର୍ଥ କର୍ମଚାରୀ ଠାରୁ ଆରମ୍ଭ କରି ବଡ଼ ବଡ଼ ଅଫିସର, ରାଜନେତା ଆତଯାତ କରୁଥିବା ବେଳେ କାହା ଆଖିକୁ ଦେଖାଯାଉନାହିଁ ।ପୋଲ ଠାରେ ଅନେକ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଥାଏ। ଏବେ ସେ ପୋଲ ବିପଦ ସଙ୍କୁଳ ହୋଇଥିବାରୁ ଆଗକୁ କିଛି ଅଘଟଣ ନ ଘଟେ ସେଥିପାଇଁ ପ୍ରଶାସନ ଧ୍ୟାନ ଦେବା ପାଇଁ କୋଶଳ କମିଟି ର ସଭାପତି ଜନାର୍ଦ୍ଦନ ସିଂ କହିଛନ୍ତି।