-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
07-Aug-2021
କଣ୍ଟାବାଞ୍ଜି:(ଆନନ୍ଦ କୁମାର ମୋଟେ) କରୋନା ଦ୍ୱିତୀୟ ଲହରର ପ୍ରକୋପ କମିବାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦଶମଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହୋଇଯାଇଛି।ଛାତ୍ରଛାତ୍ରୀ ମାନଙ୍କୁ କରୋନାର ତୃତୀୟ ଲହର ଉପରେ ସଚେତନତା କରିବା ପରିପ୍ରେକ୍ଷୀରେ ତୁରେକେଲା ଜୁନିୟର ରେଡକ୍ରସ ତରଫରୁ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଵିଭିନ୍ନ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ କରୋନାର ତୃତୀୟ ଲହର ଉପରେ ଆଲୋକପାତ କରିବା ସହିତ ଭାକସିନନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।ତାପରେ ମାସ୍କ ପରିଧାନ,ସାମାଜିକ ଦୂରତା ଓ ହାତ ଧୋଇବା ପୂର୍ବଭଳି ଜାରି ରଖିବାକୁ କୁ୍ହାଯାଇଥିଲା।ତୁରେକେଲା ବ୍ଳକର ଚଟୁଅନକା, ବୁରୋମାଲ,ଗଇନ୍ଦିମାଲ,ବଡବାଙ୍କୀ,ହିଆଁଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବିଜୟ ବେହେରା, କୁଳମଣି ସାହୁ,ମମତା ପଣ୍ଡା, ରାଜେନ୍ଦ୍ର ଦୋରା, ରିନି ସାହୁ, ସନ୍ତୋଷ ସୁନା,ଯଶୋବନ୍ତୀ ମାଝୀ,ବାବୁଲାଲ ନାୟକ,ସୁଶାନ୍ତ ମହାପାତ୍ର, ଶଙ୍କର ନାଗ,ସମାଜସେବା ଆଶିଷ ଜୈନ ଆଦି ସହଯୋଗ କରିଥିଲେ।