-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jul-2021
ବଲାଙ୍ଗିର,(ପ୍ରେରଣା ଖବର): ଆଜି ସକାଳ ୧ଠ ଟା ସମୟରେ ସ୍ଥାନୀୟ ମନୋହରପୁର ସ୍ଥିତ ଅପର୍ ପ୍ରାଇମେରୀ ସ୍କୁଲ ଠାରେ ୭୨ତମ ବନମହୋତ୍ସବ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଗବେଷଣା ବନାଂଚଳ ତରଫରୁ ସ୍କୁଲ ପରିସରରେ ଆୟୋଜିତ ଏହି
ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜାମୁ, ବଉଳ ନିମ୍ବ, କଇଥ, କରଂଜ ଓ ଅଁଳା ଆଦି ବିଭିନ୍ନ ଚାରା ରୋପଣ କରାଯାଇଥିଲା । ରୋପଣ ହୋଇଥିବା ଗଛ ଗଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ସ୍କୁଲ ପରିଚାଳନା କମିଟିକୁ ଅନୁରୋଧ କରାଯାଇଥିଲା । ପ୍ରଥମେ ବନାଂଚଳ ଅଧିକାରୀ ଗୌରାଙ୍ଗ ଗମାଙ୍ଗ ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ର ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ସମସ୍ତ
କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗର ବନପାଳ ବ୍ରଜବନ୍ଧୁ ପ୍ରଧାନ, ବନରକ୍ଷୀ ହରୀଶ ପଟ୍ଟନାୟକ, ଭବାନୀପ୍ରସାଦ ପୃଷ୍ଟି, ରୂପାଂଜଳି ପଣ୍ଡାଙ୍କ ସମେତ ସ୍କୁଲର ସିଆର୍ସିସି ବନବିହାରୀ ସେଠ୍ ଓ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।